Uncategorized

ଶୀଘ୍ର ରାମ ମନ୍ଦିର ନିର୍ମାଣ ଆରମ୍ଭ କରିବାକୁ ଟ୍ରଷ୍ଟ ମୁଖ୍ୟଙ୍କ ଅନୁରୋଧ

ମହାଭାରତ, ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ଶୁକ୍ରବାର ଦିନ ରାମ ଜନ୍ମଭୂମି ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ମହରାଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ଗଣମାଧ୍ୟମକୁ ଆଜିର ସାକ୍ଷାତକାରକୁ ନେଇ ପ୍ରଶ୍ନର ଉତ୍ତରରେ ମହନ୍ତ କହିଥିଲେ, ଆମେ ମୋଦିଙ୍କ ଭେଟି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଅନୁରୋଧ କରିଥିଲୁ । ସେ ମଧ୍ୟ ଆମକୁ ସମାନ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ଆମେ ତାଙ୍କୁ ଅଯୋଧ୍ୟା ଆସିବାକୁ ଅନୁରୋଧ କରିଛୁ ବୋଲି ମହନ୍ତ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ୯ ତାରିଖରେ ସୁପ୍ରିମ କୋର୍ଟ ଏକ ଐତିହାସିକ ନିଷ୍ପତ୍ତି ନେଇ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେଇଥିଲେ କି, ରାମ ମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ କରି ଉକ୍ତ ଦୀର୍ଘ ବିବାଦିତ ଜାଗାକୁ ଟ୍ରଷ୍ଟକୁ ହସ୍ତାନ୍ତର କରନ୍ତୁ । ଏହା ବ୍ୟତୀତ ଆପେକ୍ସ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ, ସୁନି ୱାକ୍ସ ବୋର୍ଡକୁ ସରକାର ୫ ଏକ ପରିମିତ ଉପଯୁକ୍ତ ଜାଗା ପ୍ରଦାନ କରୁ ।

Related posts

୨୪ ଘଣ୍ଟାରେ ଦେଶରେ ୩୨ ହଜାର ୬୯୫ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ସାରା ଦେଶରେ କରୋନା ପରୀକ୍ଷଣ ପାଇଁ ଗୋଟିଏ ଦର ଲାଗୁ କରିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ଚଳଚ୍ଚିତ୍ର ଅନ୍ତଧ୍ୱର୍ନିକୁ ଢାକା ମହୋତ୍ସବରେ ୨ଟି ପୁରସ୍କାର ହାସଲ

mahabharatanews

Leave a Comment