Uncategorized

ଆମେରିକା ଚୀନର ୧୪ ବରିଷ୍ଠ ଅଧିକାରୀଙ୍କ ଉପରେ  ଲଗାଇଲା ପ୍ରତିବନ୍ଧକ

ୱାସିଂଟନ: ଚୀନର ୧୪ ବରିଷ୍ଠ ଅଧିକାରୀଙ୍କ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ୱାଙ୍ଗ୍‌ ଚେନ୍‌, କାଓ ଜିଆନିଙ୍ଗ, ଝାଙ୍ଗ ଚୁନକ୍ସିୟନ, ଶେନ୍‌ ୟୁୟେୟୁ, ଜି ବିଙ୍ଗକ୍ସୁଆନ, ଅର୍କେନ ଇମରବାକୀ, ୱାନ୍‌ ଏକ୍‌ଜିୟାଙ୍ଗ, ଚେନ୍‌ ଡୁ, ୱାଙ୍ଗ ଡୋଙ୍ଗମିଙ୍ଗ, ପଦ୍ମା ଚୋଲିଙ୍ଗ, ଡିଙ୍ଗ ଝୋଙ୍ଗଲି, ହେଙ୍ଗ ମିଙ୍ଗଜିନ୍‌, କେ, ଡାଫେଙ୍ଗ ଏବଂ ୱୁ ୱେହୁଆ ଓ ସେମାନଙ୍କ ପରିବାର ଉପରେ ଏହି ପ୍ରତିବନ୍ଧକ ଲଗାଯାଇଛି । ହଂକଂର ସ୍ବାୟତ୍ତତାକୁ କମ୍‌ଜୋର କରିବା ପ୍ରସଙ୍ଗରେ ଚୀନର ଏହି ୧୪ ବରିଷ୍ଠ ଅଧିକାରୀ ଜଡ଼ିତ ଥିବାରୁ ସେମାନଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି । ଏନେଇ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ସୂଚନା ଦେଇଛନ୍ତି ।
ମାଇକ୍‌ ପମ୍ପିଓ କହିଛନ୍ତି, ଚୀନର ନ୍ୟାଶନାଲ ପିପୁଲ୍ସ କଂଗ୍ରେସର ସ୍ଥାୟୀ କମିଟି (ଏନପିସିଏସସି) ଦ୍ବାରା ହଂକଂର ପ୍ରତିନିଧି ଚୟନ ପ୍ରକ୍ରିୟାକୁ ପ୍ରଭାବିତ କରାଯାଇଛି। ଯେଉଁମାନେ ଏଥିରେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି।

SR

Related posts

ଟୀକା ନେବା ପରେ ୪୬ ବର୍ଷୀୟ  ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଅଭିଯୋଗ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫେରେନ୍ସ: ମୋଦି କହିଲେ ୨୪ ଘଣ୍ଟା ଉପଲବ୍ଧ ରହିଛି

mahabharatanews

ସରକାରୀ କାର୍ଯ୍ୟକ୍ରମରେ ପତ୍ନୀଙ୍କ ଉପସ୍ଥିତି ନେଇ ପ୍ରଶ୍ନରେ ଦିନକର କ୍ଷୁବ୍ଧ

mahabharatanews