ଓଡିଶା

ଶୁଦ୍ଧିକ୍ରିୟାରୁ ଫେରିବା ବାଟରେ ଦୁର୍ଘଟଣା, ଦାଦା-ପୁତୁରା ମୃତ

(ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଲମ୍ବୋଦରପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥିବା ବେଳେ ଦୁଇ ଯୁବକଙ୍କୁ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଯୁବକ ଦ୍ୱୟଙ୍କ ମୃତ୍ୟୁ ହୋଇଥିଲା । ମୃତକ ଦ୍ୱୟ କଟକ ଜିଲ୍ଲା ସାଲେପୁର ରାମକୃଷ୍ଣପୁର ଗାଁର ପ୍ରତାପ ଷଡଙ୍ଗୀ ପ୍ରିତମ ଷଡଙ୍ଗୀ । ସମ୍ପର୍କରେ ଉଭୟ ଦାଦା-ପୁତୁରା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଯୁବକ ଦ୍ୱୟ ଏକ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯୋଗ ଦେବାକୁ ଢେଙ୍କାନାଳ ସଦର ଥାନା ଅଞ୍ଚଳକୁ ଯାଇଥିଲେ । ସେଠାରୁ ଘରକୁ ଫେରୁଥିବା ବେଳେ ସଦର ଥାନା ଅନ୍ତର୍ଗତ ଲମ୍ବୋଦରପୁର ଛକରେ ସାମ୍ନା ପଟୁ ଆସୁଥିବା ଏକ ଯାତ୍ରୀବାହୀ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦାଦା-ପୁତୁରାଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଭାପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Related posts

୬ ଘଣ୍ଟାର ପରିଶ୍ରମ ପରେ ଖାଲରୁ ଉଦ୍ଧାର ହେଲା ହାତୀ

mahabharatanews

ଭୁବନେଶ୍ୱରରୁ ଆଜି ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଗାଁକୁ ରାସ୍ତା ନାଇଁ ! ଖଟରେ ବୁହା ହେଲେ ନବଜାତ ଶିଶୁ ଓ ମା

mahabharatanews