ଓଡିଶା

ସତ୍ୟବାଦୀରେ ସ୍ୱେଚ୍ଛାସେବୀ ସଂଗଠନର ବୃକ୍ଷ ରୋପଣ

(ମହାଭାରତ, ସତ୍ୟବାଦୀ): ଫୋନି ବାତ୍ୟାରେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବ୍ଲକ ଅଧିନରେ ଥିବା ଗାଁ ଗୁଡିକରେ ଅଧିକାଂଶ ଗଛ ମୂଳରୁ ଉପୁଡି ଯାଇଥିବା ବେଳେ ଆଉ କେତେକ କ୍ଷତିଗ୍ରସ୍ତ ହୋଇଛି । ବ୍ଲକ ଅଧିନରେ ଥିବା ଅଳଗୁମ ଗାଁକୁ ପୁଣି ଥରେ ସବୁଜିମା ଫେରାଇ ଆଣିବା ପାଇଁ କିଛି ସ୍ୱେଚ୍ଛାସେବୀ ସଂଗଠନ ଓ ଅନ୍ୟ ଅନୁଷ୍ଠାନଙ୍କ ମିଳିତ ଉଦ୍ୟମରେ ଏଠାରେ ବୃକ୍ଷ ରୋପଣ କରାଯାଇଛି । ଅଳଗୁମ ଗାଁର ଖଣ୍ଡାୟତ ସାହିରେ କିଛି ସ୍ୱେଚ୍ଛାସେବୀ ସଂଗଠନର କର୍ମୀମାନେ ରାସ୍ତାର ଉଭୟ ପାଶ୍ୱର୍ରେ ବୃକ୍ଷ ରୋପଣ କରିଛନ୍ତି । ଏହି ଗଛଗୁଡିକ କିପରି ବଞ୍ଚିବ ସେଥିପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସଂଗଠନର କର୍ମୀମାନେ ଉପସ୍ଥିତ ରହି ଗାଁର ବିଭିନ୍ନ ସ୍ଥାନରେ ଚାରା ରୋପଣ କରିଛନ୍ତି । ଆଗାମୀ ଦିନରେ ଅଳଗୁମ ସହ ଆଖ ପାଖ ଅଞ୍ଚଳରେ ଖାଲି ପଡିଥିବା ଜାଗା ମାନଙ୍କରେ ବୃକ୍ଷ ରୋପଣ କରାଯିବ ବୋଲି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କୁହାଯାଇଛି ।

Related posts

କୁଡିଆରେ ନିଆଁ ଲାଗି ୨ ଭଉଣୀ ଜୀବନ୍ତ ଦଗ୍ଧ

mahabharatanews

ସାଧାରଣତନ୍ତ୍ର ଦିବସରେ ମନ କିଣିଲା ରୁକଣା ରଥ , ଦ୍ୱିତୀୟ ଶ୍ରେଷ୍ଠ ମେଢ ଭାବେ ହେଲା ସମ୍ମାନୀତ

mahabharatanews

ଜାତୀୟ ଭୋଟର ଦିବସ ପାଳିତ

mahabharatanews