ଓଡିଶା

ମାଓବାଦୀ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ରୁଦ୍ଧାର କଲେ ଯବାନ

(ସୂର୍ଯ୍ୟକାନ୍ତ ବେହେରା, ମାଲକାନଗିରି): ଜିଲ୍ଲା ସୀମାନ୍ତ ଛତିଶଗଡ଼ କୋଣ୍ଡାଗାଓଁ ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନ ଅନ୍ତର୍ଗତ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବାହିନୀର କର୍ମଚାରୀମାନେ ମିଳିତ ପାଟ୍ରୋଲିଂ ଏବଂ ସର୍ଚ୍ଚ ଅପରେସନ କରିଥିଲେ। ଗାଁର ଡାରୋଖାଲାରୀର ପାର୍ବତ୍ୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ଗୁପ୍ତ ଠିକଣା ଏବଂ ନକ୍ସଲ ମାନଙ୍କ ଡମ୍ପିଂକୁ ଯବାନମାନେ ଧ୍ୱସ୍ତ କରିଛନ୍ତି।

କୋଣ୍ଡାଗାଓଁ ଜିଲ୍ଲା ପୁଲିସ, ଡିଆରଜି ଏବଂ ବିଏସଏଫର ମିଳିତ ଅପରେସନରେ ଏକ ଛୋଟ ପାଣି ଡ୍ରମ୍ , ଟେଣ୍ଟ, ମଶା ଜାଲ, ଇଲେକ୍ଟ୍ରିକ୍ ସୁଇଚ୍, ସୋଲଡର, ନକ୍ସଲାଇଟ୍ ଡକ୍ୟୁମେଣ୍ଟ୍, କୁକର ଏବଂ ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ବହୁ ପରିମାଣରେ ପୁଲିସ ଦ୍ୱାରା ଜବତ କରାଯାଇଛି ଜ୍ଝ କୁହାଯାଉଛି ଯେ ସେହି ସ୍ଥାନରେ ନକ୍ସଲମାନେ ଏକ ଅସ୍ଥାୟୀ ଶିବିର ନିର୍ମାଣ କରିଥିଲେ। ସୁରକ୍ଷା ବାହିନୀର ବିଶ୍ୱାସ ଯେ ବର୍ଷା ଋତୁ ପୂର୍ବରୁ ନକ୍ସଲମାନେ ଏପରି ଅସ୍ଥାୟୀ ଶିବିର ସୃଷ୍ଟି କରନ୍ତି ଏବଂ ସେମାନଙ୍କର ଦୈନନ୍ଦିନ ଉପଯୋଗୀ ସାମଗ୍ରୀ ରଖନ୍ତି। ସୁରକ୍ଷା ବାହିନୀ ନକ୍ସଲମାନଙ୍କର କାର୍ୟ୍ୟକଳାପ ଉପରେ ଯାଞ୍ଚ କରି ଅସ୍ଥାୟୀ କ୍ୟାମ୍ପକୁ ଧ୍ୱସ୍ତ କରିବାରେ ସଫଳ ହୋଇଛନ୍ତି।

Related posts

ଜରଡା ଥାନା ପୋଲିସ ଯିବେ କ୍ୱାରାଣ୍ଟାଇନରେ

mahabharatanews

ଏନଟିପିସି ପାଉଁଶ ବୋଝେଇ ଟ୍ରକ ଧକାରେ କଣିହାଁ ଗ୍ରାମର ସୁବାସ ନାଏକ ଗରୁତର

mahabharatanews

ଦଣ୍ଡକାରଣ୍ୟକୁ ନେଇ ସ୍ବତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ଲାଗି ସଭା

mahabharatanews