ଓଡିଶା

ଶ୍ମଶନକୁ ନେଇ ପୁଲିସ ଜନତା ମୁହାଁମୁହିଁ

(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ଥାନା ଅଧିନସ୍ଥ ସିଙ୍ଗିଡା ନଦୀ ନିକଟରେ ଶ୍ମଶାନକୁ ନେଇ କମରେଇ ପଂଚାୟତବାସୀ ଓ ଗୋଛାୟତସାହି ମଧ୍ୟରେ ବିବାଦ ଲାଗ ିରହିଥିଲା । ୨୩ ଏପ୍ରିଲ୍ ସଂଧ୍ୟାରେ ଜଣେ ବୃଦ୍ଧଙ୍କ ଶବ ଶକ୍ରାରକୁ ନେଇ ଉଭୟ ଗାଁ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳକୁ କଣିହାଁ ପୋଲିସ ଆସି ଉଭୟ ଗୋଷ୍ଠିଙ୍କୁ ବୁଝାସୁଝା କରିଥିଲା ତେବେ ବୁଝାସୁଝା ଆଳରେ ଗୋଛାୟତ ସାହିର କିଛି ମହିଳାଙ୍କୁ ପୋଲିସ୍ ଠେଲାପେଲା କରି ଗାଳିଗୁଲଜ କରିବା ନେଇ ସାହିର ଦୁଇ ମହିଳା ଗତ ୨୪ ଏପ୍ରିଲ୍ରେ ସମଲ ଥାନାରେ ଅଭିଯୋଗ କରିଥିଲା ଖୋଦ୍ କଣିହାଁ ଆଇଆଇସି ପ୍ରଭାତ ତ୍ରିପାଠି ଏବଂ କମରେଇ ପଂଚାୟତର ୩ଜଣଙ୍କ ନାମରେ ଗାଳିଗୁଲଜ ଓ ଠେଲାପେଲା କରିବା ନେଇ ଗୋଛାୟତସାହିର ସଂଜୁ ଗୋଛାୟତ(୩୭ବର୍ଷ) ଓ ବିଳାଶ ଗୋଛାୟତ(୩୫ବର୍ଷ) ପ୍ରମୁଖ ପିଡିତାଙ୍କୁ ପୁରୁଷ ପୋଲିସ୍ ପିଟାମାରା ଓ ଧକ୍କା ମାରିବା ନେଇ ଏତଲାରେ ଉଲ୍ଲେଖ କରିଥିଲେ । ଘଟଣାକୁ ଇତି ମଧ୍ୟରେ ୩ ଦିନ ବିତିଯାଇଥିଲେ ବି ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ବୋଲି ଅଭିଯୋଗ ହୋଇଛି ।

ଏହି ଘଟଣା ବିଷୟରେ ଜାଣିବା ପରେ ଡଃ. ବି.ଆର.ଆମ୍ବେଦକର ସ୍ମୃତି ପରିଷଦର ପ୍ରତିନିଧ ଟିମ୍ ପରିଦର୍ଶନ ଗୋଚ୍ଛାୟତ ସାହି ପରିଦର୍ଶନ କରି ଅଭିଯୁକ୍ତଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ଦାବି କରିଛନ୍ତି ।

Related posts

ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି

mahabharatanews

ଅମୃତ ଦାଶ ମୃତ୍ୟୁ ଘଟଣାର ତଦନ୍ତରେ ତତ୍ପରତା ଆଣିବାକୁ ଦାବି କରିଛନ୍ତି ତାଙ୍କ ମା ଓ ଭାଇ

mahabharatanews

ସମ୍ବଲପୁରରେ ବିଜେଡି ସୁପ୍ରିମୋଙ୍କ ଜୋରଦାର ପ୍ରଚାରକୁ

mahabharatanews