ଓଡିଶା

ଶ୍ରୀଧରଙ୍କ ପରିବାର ପାଇଁ ସରକାରୀ ଆବାସ ଯୋଜନା ସାତ ସପନ

କଣିହାଁ/ଜ୍ୟୋତିରଂଜନ ଧର: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ବାଲିପଶି ପଞ୍ଚାୟତ ଅଧିନ ବରପଦା ଗାଁର ଶ୍ରୀଧର ନାଏକ ଜଣେ ଦିନ ମଜୁରିଆ । ତାଙ୍କ ପରିବାର କହିଲେ ପତ୍ନୀ ମଲ୍ଲି, ଝିଅ ରସ୍ମିତା ନାଏକ, ପୁଅ ସୁମନ୍ତ ନାଏକ ଓ ସତ୍ୟବାନ ନାଏକ । ପରିବାରର ରୋଜଗାର କହିଲେ ଶ୍ରୀଧରଙ୍କୁ ହିଁ ବୁଝାଇ ଥାଏ । ଏତିକି ରୋଜଗାରରେ ପାଞ୍ଚ ପ୍ରାଣୀଙ୍କୁ ଚଳାଇବା ତାଙ୍କ ପକ୍ଷରେ କଷ୍ଟକର ବ୍ୟାପାର । ୩ଟି ସନ୍ତାନସନ୍ତତି ଦିନ ମୁଲମଜୁରୀ କରି ଯାହା ରୋଜଗାର କରନ୍ତି ସେଥିରେ ଚଳେ ସପରିବାର । ମାସକୁ ୧୫ଦିନ ମଜୁରୀ କାମ ମିଳିଥାଏ । ତାହାପୁଣି ଗ୍ରାମର ଆଖପାଖ ଅଂଚଳ । ମୁଲିଆ କାମ ନମିଳିଲେ ପରିବାର ଚୁଲି ଜଳିବା ବନ୍ଦ ହୋଇଯାଇଥାଏ ବୋଲି ଶ୍ରୀଧର କୁହନ୍ତି । ଚାଳ ଛପର ଘରେ ରହୁଥିବାରୁ ପକ୍କା ଘର ଖଣ୍ଡିଏ ପାଇଁ ଆବାସ ଯୋଜନାରେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କୁ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ଏଯାଏ ମିଳିନାହିଁ । ବ୍ଲକରେ ଦାୟିତ୍ୱରେ ଥିବା ପୂର୍ବତନ ବିଡିଓ ରାହସ ଚନ୍ଦ୍ର ନାଏକ, ପାଲଲହଡା ବିଧାୟକ ମୁକେଶ ପାଳ ଓ ସ୍ଥାନୀୟ ସରପଂଚଙ୍କୁ ବାରମ୍ବାର ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ କାକୁତି,ମିନତୀ ହୋଇ ଗୁହାରୀ କରିଆସୁଥିଲେ ମଧ୍ୟ ଫଳ ଶୁନ ବୋଲି ଶ୍ରୀଧରଙ୍କ ପତ୍ନୀ ମଲ୍ଲି ନାଏକ କୋଭ ଭରା କଣ୍ଠରେ କୁହନ୍ତି । ଏନେଇ ନିକଟରେ କଣିହାଁ ବିଡିଓ ରମେଶ କୁମାର ଜେନାଙ୍କୁ ସରକାରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଗତ ଶୁକ୍ରବାର ଶ୍ରୀଧର ନେହୁରା ହୋଇଥିଲେ । ଏସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି କଣିହାଁ ବିଡିଓଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି, ପୂର୍ବରୁ ଶ୍ରୀଧରଙ୍କ ସମସ୍ୟା ବିଷୟରେ ଜଣାନଥିଲା । ଶ୍ରୀଧରଙ୍କର ଚାଳଛପର ଘର ଥିବାରୁ ସେ ଆବାସ ଯୋଜନା ଜରିଆରେ ଘର ପାଇବା ପାଇଁ ଯୋଗ୍ୟ । ଖୁବ୍ ଶୀଘ୍ର ତାଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ତାଙ୍କ ବିଡିଓ ପ୍ରତିକ୍ରିୟା ରଖିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମାଳ ମାଳ ଆବସ ଯୋଜନା ଥିବା ବେଳେ ପ୍ରକୃତ ହିତାଧିକାରୀଙ୍କ ତଥ୍ୟ ସରକାରଙ୍କ ପାଖରେ ରହୁନାହିଁ । ଫଳରେ ଶ୍ରୀଧରଙ୍କ ପରି ହିତାଧିକାରୀମାନେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକରେ ଅନ୍ତର୍ଭୁକ୍ତ ହେବାରୁ ବଞ୍ଚିତ ହେଉଛନ୍ତି । ଯାହାକି ସରକାରଙ୍କ ଅପାରଗତା ଉପରେ ଅଙ୍ଗୁଳି ନିର୍ନ୍ଦେଶ କରୁଥିବା ବୁଦ୍ଧୀଜୀବୀଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଯାହାକି କଣିହାଁ ବ୍ଲକର ବରପଦା ଗାଁର ଶ୍ରୀଧରଙ୍କ ଉଦାହରଣରୁ ସ୍ପଷ୍ଟ ଜଣାପଡୁଛି ।

Related posts

ଅସହ୍ୟ ଗରମ ସହ ଗୁଳୁଗୁଳି, ପାରଦ ୪୦ ଡିଗ୍ରୀ ପାର

mahabharatanews

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ସୁଭଦ୍ରା ଶକ୍ତି ମେଳା

mahabharatanews

ନର୍ସିଂହୋମ ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ମା ଛେଉଣ୍ଡ ହେଲା ନବଜାତକ, ପରିବାର ଲୋକଙ୍କ କ୍ଷତିପୁରଣ ଦାବି

mahabharatanews