(କଲୋମ୍ବୋ): ଆସନ୍ତା ମାସ ଶ୍ରୀଲଙ୍କାରେ ସାଧାରଣ ନିର୍ବାଚନ ହେବ । ଦେଶର ନିର୍ବାଚନ କମିଶନ ଏନେଇ ତାରିଖ ଘୋଷଣା କରିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟ ରାଜପାକ୍ସେ ସୋମବାର ଦେଶର ସଂସଦକୁ ଭାଙ୍ଗି ଦେଇଛନ୍ତି । ଏପ୍ରିିଲ ୨୫ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନଙ୍କ ଘୋଷଣା କରିଛନ୍ତି । ତେବେ ସଂସଦର କାର୍ଯ୍ୟକାଳ ପୂରଣ ହେବାକୁ ଆହୁରି ୬ମାସ ବାକି ଥିବା ବେଳେ ରାଷ୍ଟ୍ରପତି ଏହାକୁ ଭାଙ୍ଗି ଦେଇଛନ୍ତି । ଗତବର୍ଷ ନଭେମ୍ବରରେ ହୋଇଥିବା ନିର୍ବାଚନରେ ରାଷ୍ଟ୍ରପତି ରାଜପାକ୍ସା ବିପୁଳ ସମର୍ଥନ ହାସଲ କରିଥିଲେ । ଏହାପରେ ନିଜ ଭାଇ ମହିନ୍ଦା ରାଜପାକ୍ସେଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ । ବର୍ତ୍ତମାନ ଶ୍ରୀଲଙ୍କା ସଂସଦ ଭଙ୍ଗ ହେବା ପରେ ନିର୍ବାଚନ ପାଇଁ ନୂତନ ତାରିଖ ଘୋଷଣା ହୋଇଛି । ଏପ୍ରିଲ ୨୫ରେ ହେବାକୁ ଥିବା ନିର୍ବାଚନ ପାଇଁ ମାର୍ଚ୍ଚ ୧୨ରୁ ୧୯ ମଧ୍ୟାହ୍ନ ୧୨ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ । ଫଳାଫଳ ପ୍ରକାଶ ପାଇବା ପରେ ମେ ୧୪ରେ ସଂସଦର ପ୍ରଥମ ଅଧିବେଶନ ଆରମ୍ଭ ହେବ ବୋଲି ଜଣାପଡିଛି । ଦେଶରେ ୨ଥର ରାଷ୍ଟ୍ରପତି ଓ ୩ଥର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିବା ମହିନ୍ଦା ରାଜପାକ୍ସେ ଏପ୍ରିଲରେ ହେବାକୁ ଥିବା ନିର୍ବାଚନରେ ସହଜରେ ବିଜୟ ହାସଲ କରିବେ ବୋଲି ଆଲୋଚନା ହେଉଛି ।
previous post