Uncategorized

ଦିଲ୍ଲୀ ହିଂସା: ପୋଲିସକୁ ବନ୍ଧୁକ ଦେଖାଇଥିବା ଯୁବକ ଗିରଫ

(ନୂଆଦିଲ୍ଲୀ): ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ବେଳେ ଦିଲ୍ଲୀ ପୋଲିସକୁ ବନ୍ଧୁକ ଦେଖାଇଥିବା ଯୁବକଙ୍କୁ ଗିରଫ କରାଯାଇଛି । ଯୁବକ ଜଣଙ୍କ ନାମ ଶାହରୁଖ ବୋଲି ଜଣାପଡିଛି । ତାଙ୍କୁ ଉତ୍ତରପ୍ରଦେଶରୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିଛି । ନାଲି ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଶାହରୂଖ ଫେବୃୟାରୀ ୨୪ରେ ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗା ସମୟରେ ଖୋଲାଖୋଲି ଭାବେ ପୋଲିସକୁ ପିସ୍ତଲ ଦେଖାଇଥିଲେ । ପରେ ସେଠାରୁ ଫେରାର ହୋଇଯାଇଥିଲେ । ସେବେଠାରୁ ପୋଲିସ ତାଙ୍କୁ ଖୋଜୁଥିବା ବେଳେ ମଙ୍ଗଳବାର ୟୁପିରୁ ଗିରଫ କରିବାରେ ସକ୍ଷମ ହୋଇଛି । ସୂଚନାଯୋଗ୍ୟ, ହିଂସାରେ ଦିଲ୍ଲୀ ପୋଲିସର ହେଡ କନଷ୍ଟେବଲ ରତନଲାଲ ଓ ଗୁଇନ୍ଦା ବିଭାଗ ଅଧିକାରୀ ଅଙ୍କିତ ଶର୍ମା ପ୍ରାଣ ହରାଇଛନ୍ତି । ଦିଲ୍ଲୀ ଦଙ୍ଗାରେ ଏଯାଏ ୪୭ ଜଣଙ୍କ ମୃତ୍ୟୂ ହୋଇଛି ।

Related posts

ଆଲିଗଡ ମୁସଲିମ ୟୁନିଭର୍ସିଟି ଶିକ୍ଷାର୍ଥୀଙ୍କୁ କୁଳପତିଙ୍କ ଅପିଲ

mahabharatanews

ଏନ୍.ଇ.ପିରେ ଫୁଟବଲ୍ ଖେଳକୁ ଗୁରୁତ୍ୱ !

mahabharatanews

ଏସ୍‌ସିବି ମେଡ଼ିକାଲ କଲେଜରେ  ୫-ଟି ସଚିବ

mahabharatanews