Uncategorized

ସଂସ୍କାର ଅଭାବରୁ ବିଦେଶ ଯାଉଥିବା ପିଲା ଖାଉଛନ୍ତି ବିଫ: ଗିରିରାଜ

ବେଗୁସରାଇ: କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଗୁରୁବାର କହିଛନ୍ତି, ବିଦେଶ ଯାଉଥିବା ଭାରତୀୟ ପିଲାମାନେ ସେଠାରେ ବିଫ ଖାଇବା ଆରମ୍ଭ କରିଦେଉଛନ୍ତି, କାରଣ ସେମାନଙ୍କୁ ଆମ ସଂସ୍କୃତି ଓ ପରମ୍ପରାର ମୂଲ୍ୟବୋଧ ଶିଖାଯାଉ ନାହିଁ ।

ସେ ଆହୁରି କହିଛନ୍ତି, ସ୍କୁଲରେ ଭାଗବତ ଗୀତା ଶିକ୍ଷା ଦିଆଯିବାର ଆବଶ୍ୟକତା ରହିଛି । ଆମେ ଆମ ପିଲାମାନଙ୍କୁ ମିଶନାରୀ ସ୍କୁଲକୁ ପଠାଉଛୁ । ସେମାନେ ଆଇଆଇଟି ମାଧ୍ୟମରେ ଇଞ୍ଜିନିୟର ହେଉଛନ୍ତି, ବିଦେଶ ଯାତ୍ରା କରୁଛନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ସେଠାରେ ବିଫ ଖାଉଛନ୍ତି । କାହିଁକି? କାରଣ ଆମେ ସେମାନଙ୍କୁ ଆମ ସଂସ୍କୃତି, ପରମ୍ପରା ସମ୍ପର୍କରେ ଶିକ୍ଷା ଦେଉନାହୁଁ । ପରେ ଆମେ ଅଭିଭାବକମାନେ ଅଭିଯୋଗ କରୁଛୁ କି ପିଲାମାନେ ଆମର ଯତ୍ନ ନେଉ ନାହାନ୍ତି ବୋଲି ଶ୍ରୀମଦ ଭାଗବତ କଥା ଜ୍ଞାନ ଉପରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି । ତେଣୁ ସ୍କୁଲ ସ୍ତରରୁ ଆମକୁ ଗୀତା ସମ୍ବନ୍ଧରେ ଜ୍ଞାନ ଦେବା ଦରକାର ହୋଇଛି । ଏହା ପରେ କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଏକ ସର୍ବେକ୍ଷଣରୁ ଜଣାପଡିଛି, ୧୦୦ ଘର ମଧ୍ୟରୁ ମାତ୍ର ୧୫ଟିରେ ହନିମାନ ଚାଲିଶା ରହିଥିବା ବେଳେ ଗୀତା ଓ ଭାଗବତ ମାତ୍ର ୩ଟି ଘରେ ମିଳିଛି । ତେଣୁ ଆମେ ପିଲାଙ୍କୁ ନିନ୍ଦା କରିବା ଉଚିତ ନୁହେଁ । ଆମର ସଂସ୍କୃତି ବଞ୍ଚିଲେ ଭାରତ ବଞ୍ôଚ ରହିବ ବୋଲି ଶେଷରେ ମନ୍ତ୍ରୀ କହିଥିଲେ ।

Related posts

୩ ଦଫା ଦାବି ନେଇ ଭଦ୍ରକ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

mahabharatanews

କଶାବକୁ ଧରିଥିବା ୧୪ ପୁଲିସଙ୍କୁ ପଦୋନ୍ନତି

mahabharatanews

୨ୟ ପର୍ୟ୍ୟାୟ ବନ୍ଦେ ଭାରତ ମିଶନ: ଫେରିବେ ୨୩ ହଜାର

mahabharatanews