ଓଡିଶା

ସଡ଼କ ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ୱ

(ଓମ ପ୍ରକାଶ ମିଶ୍ର / ସୋନପୁର) : ସୁବର୍ଣ୍ଣପୁର ଜିଲାସ୍ତରୀୟ ସଡକ ସୁରକ୍ଷା କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅବୋଲି ସୁନିଲ ନରୱେଣେ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ବୈଠକର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଜିଲ୍ଲାପାଳ ଜିଲ୍ଲାରେ କିଭଳି ସଡକ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ସେନେଇ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାସ୍ତାରୁ ବୁଲା ଗୋରୁଙ୍କୁ ହଟାଯିବା ପାଇଁ ପଦକ୍ଷେପ ନିଆଯାଇଥିବାରୁ ବୈଠକରେ ସମସ୍ତ ସଭ୍ୟ ସ୍ଵାଗତ କରିଥିଲେ। ତେବେ ଏହି କାର୍ୟ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଜିଲ୍ଲାପାଳ ବିଭିନ୍ନ ବିଭାଗ ଯଥା ପୌର ପରିଷଦ, ପରିବହନ ବିଭାଗ, ପୋଲିସ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ତଥା ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। ଏହି ଅବସରରେ ଦୁଇଚକିଆ ଆରୋହୀଙ୍କ ପାଇଁ ବାଧ୍ୟତାମୂଳକ ହେଲମେଟ୍ ପରିଧାନ, ବିନା ହେଲମେଟ୍ରେ ପେଟ୍ରୋଲ ପମ୍ପରେ ବାଇକ ଆରୋହୀଙ୍କୁ ପେଟ୍ରୋଲ ନ ଦେବା, ଦୁଇଚକିଆ ଯାନରେ ତିନି ଜଣଙ୍କ ଯିବା ଉପରେ କଟକଣା, ଗାଡ଼ି ଚାଳନା ସମୟରେ ମୋବାଇଲ ବ୍ୟବହାର, ଦ୍ରୁତ ଗତିରେ ଗାଡି ଚାଳନା ରୋକିବା, ଚାରିଚକିଆ ଯାନରେ ସିଟ୍ ବେଲ୍ଟ ପରିଧାନ ଆଦି ବିଷୟରେ ଆଲୋଚନା ହୋଇଥିଲା। ଜାତୀୟ ରାଜପଥ, ପୂର୍ବ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ତ୍ତୃପକ୍ଷଙ୍କୁ ରାସ୍ତାରେ ଆବଶ୍ୟକ ପଡୁଥିବା ସ୍ଥାନରେ ହମ୍ପସ୍ ନିର୍ମାଣ ଓ ଗୁଡ୍ ସାମାରିଟାନ୍ସ ପଲିସିକୁ ଠିକ୍ ଭାବରେ କାର୍ୟ୍ୟକାରୀ କରିବା ପାଇଁ ସ୍ଵାସ୍ଥ୍ୟ ବିଭାଗ ତଥା ପରିବହନ ବିଭାଗକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଏଆରଟିଓ ଶିବାଶିଷ ସାହୁ ଜୁନିୟର ଏମ୍ଭିଆଇ ଲୋକନାଥ ନାୟକ, ଡିଏସ୍ପି ଅନ୍ନପୂର୍ଣ୍ଣା ବେହେରା, ଡା, ତ୍ରିବିକ୍ରମ ପାଣ୍ଡିଆ, ଜିଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, କମିଟି ସଭ୍ୟ ସ୍ଵାଧୀନ ମେହେର,ମୄତ୍ୟୁଞୟ ଶତପଥୀ, ପୁରୁଷୋତ୍ତମ ପାଣିଗ୍ରାହୀ, ଅନଙ୍ଗ ନେଗୀ ପ୍ରମୁଖ ଯୋଗ ଦେଇଥିଲେ ।

 

Related posts

କଣିହାଁ ବନାଞ୍ଚଳରୁ ଲକ୍ଷଲକ୍ଷ ଟଙ୍କାର ଶାଳ ଗଛ ଚୋରି, ବନ ବିଭାଗ କର୍ମଚାରୀଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ

mahabharatanews

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ

mahabharatanews

ଆଜିଠୁ ୩ମାସ ଯାଏ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

mahabharatanews