(ମହାଭାରତ, ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତରେ କରୋନା ଭାଇରସକୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଭୟଙ୍କର ଭୁତାଣୁ ସଂକ୍ରମଣରୁ ଲୋକେ କିଭଳି ଦୂରେଇ ରହିବେ ସେନେଇ ଆଲୋଚନା ହୋଇଥିଲା । କାହା ଠାରେ ଏହି ରୋଗର ଲକ୍ଷଣ ଦେଖାଦେଲେ ତୁରନ୍ତ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ଜରୁରୀ । ବିଶେଷ କରି ଖାଦ୍ୟ ଖାଇବା ଆଗରୁ ଦୁଇ ହାତକୁ ଭଲ ଭାବେ ହ୍ୟାଣ୍ଡୱାସରେ ଧୋଇବା ପାଇଁ କାର୍ଯ୍ୟର୍କମ ଜରିିଆରେ ଲୋକଙ୍କୁ ନିବେଦନ କରାଯାଇଥିଲା । ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଲୋକ କେଉଁଭଳି ଭାବେ ନିଜ ହାତକୁ ପରିଷ୍କାର ରଖିବେ ତାହାକୁ ନେଇ ଏକ ଡେମୋ ପ୍ରଦର୍ଶିତ ହୋଇଥିଲା । କୋରୋନା ଭୂତାଣୁ ଏବେ ଓଡ଼ିଶାକୁ ବ୍ୟାପିଛି । ଏଥିରେ ଜଣେ ଆକ୍ରାନ୍ତ ହୋଇଛନ୍ତି । କେବଳ ସତର୍କତା ହିଁ ଏହା କବଳରୁ ମୁକ୍ତି ପାଇବାର ଏକମାତ୍ର ଉପାୟ । ସେଥିପାଇଁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମଗୁୁଡିକ ଆୟୋଜନ ହେଉଛି । ଏଠାରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ ସ୍ୱାସ୍ଥ୍ୟକର୍ମୀ ପ୍ରଦୀପ୍ତ କୁମାର ଚମ୍ପତି ନେତୃତ୍ୱ ନେଇଥିଲେ । ବିଭିନ୍ନ ପଞ୍ଚାୟତର ୱାର୍ଡ ସଦସ୍ୟ, ଅଙ୍ଗନୱାଡି କର୍ମୀ ଓ ସ୍ୱୟଂ ସହାୟିକା ଗୋଷ୍ଠି କର୍ମୀମାନେ ଏଥିରେ ଯୋଗ ଦେଇଥିଲେ ।
next post
