ଓଡିଶା

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

(ଚିତ୍ତରଞ୍ଜନ ସାହୁ/ବରଗଡ): ବରଗଡ ଜିଲ୍ଲା ବାନ୍ଧୁମୁଣ୍ଡା ଠାରେ ଜଣେ ଯୁବକର ଝୁଲନ୍ତା ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ପୁଲିସ ଉଦ୍ଧାର କରିଛି । ମୃତ ଯୁବକର ନାଁ ନେତ୍ରା ନନ୍ଦ । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିସବା ସୂଚନାନୁଯାୟୀ ଗତକିଛି ବର୍ଷ ହେବ ନେତ୍ରା ବନ୍ଧମୁଣ୍ଡା ଗ୍ରାମର ଗୋପାଳ ବିଶିଙ୍କ ଝିଅ ସବିତାକୁ ବିବାହା କରିଥିଲା । ବିବହାର କିଛି ଦିନ ସେମାନଙ୍କ ସଂସାର ଠିକରେ ଚାଲିଥିଲା । କିନ୍ତୁ କିଛି ଦିନ ପରେ ସବିତା ତାଙ୍କ ବାପ ଘରେ ରହିବାକୁ ଜିଦ କରିଥିଲେ । ଯେଉଁଥି ପାଇଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା । ଶେଷରେ ନେତ୍ରା ସ୍ତ୍ରୀ କଥାରେ ଯାଇ ଶଶୁର ଘରେ ରହିଥିଲା । ଗତ ୧୭ ତାରିଖ ଦିନ ଝିଅର କାକା ନେତ୍ରା ଘରକୁ ଆସି ନେତ୍ରା ନିଖୋଜ ଥିବା ବିଷୟରେ କହିଥିଲେ । ଏହାଂପରେ ନେତ୍ରାଙ୍କ ପରିବାର ଲୋକ ନେତ୍ରାଙ୍କୁ ଖୋଜାଖୋଜି କରି ଶେଷରେ ବରପାଲି ଥାନାରେ ଅଭିଯୋଗ କରିଥିଲେ । ଆଜି ନେତ୍ରାର ମୃତଦେହ ଏକ ପଳାସ ଗଛରେ ଝୁଲୁଥିବାର ନେତ୍ରା ବଡ ସଳା ଦେଖିଥିଲା । ଏଷନଇ ସେ ନେତ୍ରାର ଘର ଲୋକଙ୍କୁ ଜଣାଇବାରୁ ନେତ୍ରାର ପରିବାର ଲୋକ ଘଟରାସ୍ଥଳରେ ପହଞ୍ଚିଥିଲେ । ଖବରପାଇ ବରପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବାସହ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି । ଅପରପକ୍ଷେ ଏହା ଆତ୍ମହତ୍ୟା ନୁହେଁ । ତାଙ୍କ ଭାିଙ୍କୁ ଷଡଯନ୍ତ୍ର କରି କେହି ହତ୍ୟା କରିଛି ବୋଲି ନେତ୍ରାର ବଡଭାଇ ଅଭିଯୋଗ କରିଛନ୍ତି ।

Related posts

ଦନ୍ତାକୁ କାବୁ କରିବାରେ ବନବିଭାଗ ସଫଳ

mahabharatanews

ଆଜି ରାଜ୍ୟରେ୧୦୭ କ୍ୱାରେଣ୍ଟାଇନ କେନ୍ଦ୍ରର, ୫ ଲୋକାଲ

mahabharatanews

ଗଞ୍ଜାମରେ କରୋନା ପାଇଁ କୋକୁଆ ଭୟ: ପୁଅର ମୃତ୍ୟୁ ଖବର ଶୁଣି ବାପା ମାଆଙ୍କ ଆତ୍ମହତ୍ୟା

mahabharatanews