ଓଡିଶା

ସରକାରୀ ଚାକିରିଆଙ୍କ ଛୁଟି ବାତିଲ

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚ।।ପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ଏହା ବାତ୍ୟାରେ ପରିଣତ ହେବ । ଆସନ୍ତା କାଲି ସକାଳ ସୁଦ୍ଧା ଆନ୍ଧ୍ର ଓଡିଶା ଉପକୂଳ ଚୁଇଁବ ଜୱାଦ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଲାବ ଜୱାଦର ବେଗ ଘଣ୍ଟାପ୍ରତି ୩୨ କିମି ରହିଛି । ଏହା ଗୋପାଳପୁର ରୁ ୬୭୦ ଓ ପାରାଦୀପରୁ ୭୬୦ କିମି ଦୂରରେ ରହିଥିବା ସୂଚନା । ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଏନେଇ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରକୁ ରେଡ ୱାର୍ଣ୍ଣିଂ । ଓଡିଶାର ସମସ୍ତ ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେଦ ଜାରି ।
ଅନ୍ୟପଟେ ବାତ୍ୟାର ମୁକାବିଲା ପାଇଁ ପୁରୀ ପ୍ରଶାସନର ପ୍ରସ୍ତୁତି । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ । ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ଥିବା ଜିଲ୍ଲାପାଳଙ୍କ ସୂଚନା । ଆସନ୍ନ ପ୍ରସବାଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯିବକୁ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ବାତ୍ୟାକୁ ଦୃଷ୍ଟିରଖି ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି । ସମସ୍ତ ସରକାରୀ ଚାକିରିଆଙ୍କ ଛୁଟି ବାତିଲ କରାଯାଇଛି ।

Related posts

ବାତ୍ୟା ଅସାନି ପ୍ରଭାବରେ ୧୦ ତାରିଖ ରୁ ୧୨ ତାରିଖ ଯାଏ ବର୍ଷା ସମ୍ଭାବନା

mahabharatanews

ଛତ୍ରପୁର ଏଡିଏମଙ୍କ ହିଞ୍ଜିଳି ଗସ୍ତ: କରୋନା ସମୀକ୍ଷା ସାଙ୍ଗକୁ ସଂକ୍ରମିତଙ୍କୁ ବାଣ୍ଟିଲେ କିଟ୍

mahabharatanews

ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ଉପସ୍ଥିତିରେ ସାମ୍ବାଦିକଙ୍କୁ ଟିକା

mahabharatanews