Uncategorized

ସରକାରୀ ସୁବିଧାରୁ ବଞ୍ଚିତ ୬୦ ବର୍ଷୀୟ ଦିବ୍ୟାଙ୍ଗ

କୋମନା: ନୂଆପଡ଼ା ଜିଲା କୋମନା ବ୍ଲକ ପଏଁର ପେଞ୍ଚି ଅଧୀନ ମହୁଲଭଟା ଗାଁର ଦିବ୍ୟାଙ୍ଗ ମସତ୍ରାମ ତାଣ୍ଡି(୬୦) । ଛୁଆରୁ କୌଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗୋଟିଏ ଗୋଡ ଅଚଳ ହୋଇଯାଇଛି । ଫଳରେ ଏକ ଦିବ୍ୟାଙ୍ଗ ଜୀବନ ବିତାଉଛନ୍ତି । କିନ୍ତୁ କୌଣସି ସରକାରୀ ସୁବିଧା ସୁଯୋଗ ତାଙ୍କୁ ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି ।

ସୂଚନାଅନୁଯାୟୀ, ମହୁଲଭଟା ଗାଁର ମସତ୍ରାମ ତାଣ୍ଡି ଙ୍କ ପରିବାର ତାଙ୍କ ସ୍ତ୍ରୀ ଚମ୍ପା ତାଣ୍ଡି(୫୫), ତିନି ପୁଅ ତ୍ରିନାଥ(୩୫), ବୃନ୍ଦାବନ(୩୦), ହେମନ୍ତ(୨୫) ଓ ଝିଅ ଶୈଳସୂତା(୧୬) । ପରିବାରଟି ନିହାତି ଗରିବ୍ । ସମ୍ପତି କହିଲେ ସକାଳ ହେଲେ ମସତ୍ରାମ ନିଜେ ପାଳିଥିବା ଛେଳି ଚରେଇ ଯାଉଛନ୍ତି । ସ୍ତ୍ରୀ ଚମ୍ପା ଲୁକ୍କର କୁଲିମଜୁରି କରି ଦୁଇ ଓଳିର ରୁଜଗାଣ କରୁଛନ୍ତି । ସେଥିରେ ତାକର ପରିବାର ଚଳୁଛି । ଅଭାବ ଅନାଟନ ଲାଗି ମସ୍ତରାମକଁର ତିନି ପୁଅ ବାହାର ରାଜ୍ୟକୁ ଦାଦନ ଖଟିଯାଇଛନ୍ତି । ଇଆଡ଼େ ଝିଅ ଶୈଳସୂତା ଭୁବନେଶ୍ୱରର କେହେନ୍ସି ଗୁଟେ କଲେଜରେ ପାଠ ପଢ଼ୁଛନ୍ତି । ତାକର ଖର୍ଚ୍ଚ ତୁଲାବାକୁ ୩ ପୁଅ ଦାଦନ ଯାଇଛନ୍ତି । ସରକାରୀ କହିଲେ ମାସିକ ପରିବାର ମଳୁଥିବାର ୩୦ କେ.ଜି. ·ଉଳ । ହେଲେ ସେଇଟା ବି ଏଡ଼େ ବଡ଼ ପରିବାର ପାଇଁ ନିଅଁଟ ହେଉଛି । ଏପଟେ ମସତ୍ରାମ ଦିବ୍ୟାଙ୍ଗ ହେଇଥିଲା ବେଳେ ତାଙ୍କ ନିକଟରେ ପ୍ରମାଣ ପତ୍ର ବି ରହିଛି । ସେ ସରକାରୀ ଯୋଜନାରେ ଭତ୍ତା ପାଇବା ଲାଗି ପଁଚେତ୍ନୁ ବ୍ଲକ ଅଫିସ ଦୌଡି ଦୌଡି ବେହାଲ ହେଇଗଲେ । ହେଲେ କେହି ତାକର କଥା ଶୁଣୁ ନ ଥିବାର ସେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଆବେଦନ ଫର୍ମ ଦାଖଲ କଲେ ଭତା ଯୋଗେଇ ଦେବା ଦିଗରେ ପଦକ୍ଷେପ ନିଆଯିବା କହିଛନ୍ତି ।

Related posts

ଧରାପୃଷ୍ଟରେ ଅବତରଣ କଲେ ଗଜାନନ

mahabharatanews

ଦିଲ୍ଲୀ ଫଳାଫଳ ପାଇଁ ସାହିନବାଗ ଖାଲି

mahabharatanews

ଟାଣ ଖରା କରୋନା ଭୂତାଣୁକୁ ନଷ୍ଟ କରେ: ଗବେଷକ

mahabharatanews