Uncategorized

ଟାଣ ଖରା କରୋନା ଭୂତାଣୁକୁ ନଷ୍ଟ କରେ: ଗବେଷକ

ନ୍ୟୁୟର୍କ: ଟାଣ ଖରା ଚଟାଣ ଓ ଶୂନ୍ୟରେ ଥିବା ଏହି ଭୂତାଣୁକୁ ନଷ୍ଟ କରି ପକାଉଛି। ଗରମ ଏବଂ ଆର୍ଦ୍ରତାରେ କରୋନା ଭୂତାଣୁ ଦୁର୍ବଳ ହୋଇଯାଏ । ଏପରି କହିଛନ୍ତି ଆମେରିକାର ଗବେଷକ । ଉଷ୍ମ ତାପମାତ୍ର ଏବଂ ଆର୍ଦ୍ର ପାଗ କରୋନା ଭୂତାଣୁକୁ ଅକାମୀ କରି ଦେଉଛି ବୋଲି ଗୁରୁବାର ଦିନ ଜଣେ ଆମେରିକୀୟ ସରକାରୀ ଅଧିକାରୀ କହିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର ‘ଡିପାର୍ଟମେଣ୍ଟ୍‌ ଅଫ୍ ହୋମ୍‌ଲାଣ୍ଡ୍‌ ସିକ୍ୟୁରିଟି’ର ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲଜି ଡାଇରେକ୍ଟୋରେଟ୍‌ର କାର୍ୟ୍ୟନିର୍ବାହୀ ମୁଖ୍ୟ ୱିଲିୟମ୍ ବ୍ରାଇନ୍ କହିଛନ୍ତି, ଆମେରିକାର ଗବେଷକମାନଙ୍କ ମତରେ, ଭୂତାଣୁ ଘର ଭିତରେ ଏବଂ ଶୁଷ୍କ ଅବସ୍ଥାରେ ବଞ୍ଚିରହେ। ବାୟୁମଣ୍ଡଳରେ ଉତ୍ତାପ ଏବଂ ଆର୍ଦ୍ରତା ବଢ଼ିଲେ ଏହା ଦୁର୍ବଳ ହୋଇଯାଏ। ବିଶେଷକରି ତା’ ଉପରେ ସିଧାସଳଖ ଖରା ପଡ଼ିଲେ ସେ ଜଲଦି ମରିଯାଏ। ୭୦ ରୁ ୭୫ ଫାରେନ୍‌ହିଟ୍ ଉତ୍ତାପ ଓ ୨୦% ଆର୍ଦ୍ରତା ଥିବା କୋଠରିରେ ଭୂତାଣୁ ମାତ୍ର ଘଣ୍ଟାଏ ବଞ୍ଚି ରହି ପାରୁଛି। କିନ୍ତୁ, ଖରାକୁ ଚାଲି ଆସିଲେ ଅତିବାଇଗିଣୀ ରଶ୍ମି ପଡୁଥିବାରୁ ଏହି ଭୂତାଣୁ ମାତ୍ର ଦେଢ଼ ମିନିଟ୍ ମଧ୍ୟରେ ନଷ୍ଟ ହୋଇ ଯାଉଛି।

Related posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ

mahabharatanews

କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ କୁନି ମଫଲରମ୍ୟାନ

mahabharatanews

ସହଜ ଉପାୟରେ ଘରେ ପ୍ରସ୍ତୁତ କରନ୍ତୁ କଞ୍ଚାଲଙ୍କା ଆଚାର

mahabharatanews