(ମହାଭାରତ, ରାୟଗଡା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି, ଟିଡିମୁସ୍କା ଅଞ୍ଚଳ ନିକଟସ୍ଥ ଜଙ୍ଗଲରେ ସିଆରପିଏଫ ପକ୍ଷରୁ ସର୍ଚ୍ଚ ଅପରେସନ ହୋଇଥିଲା । ମାଓବାଦୀମାନେ ଏହି ଅଞ୍ଚଳରେ ଲୁଚିଥିବା ଜାଣିବା ପରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ନିୟମଗିଡି ଓ ଟିଡିମୁସ୍କା ଜଙ୍ଗଲରେ ଥିବା ନକ୍ସଲ କ୍ୟାମ୍ପ ଉପରେ ଚଢାଉ ହୋଇଥିଲା । ତେବେ ମାଓବାଦୀମାନେ ଚଢାଉ ସମ୍ପର୍କିତ ଖବର ପାଇ ପୂର୍ବରୁ ସ୍ଥାନ ଛାଡି ଚାଲିଯାଇଥିଲେ । କିନ୍ତୁ ମାଓ ଆଡ୍ଡାରେ ଚଢାଉ କରିବା ପରେ ସେଠାରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସିଆରପିଏଫ ଜବତ କରିଛି । ଏଥିରେ ୪ଟି ବନ୍ଧୁକ, ୨ଟି ଟିଫୀନ ବୋମା, ୪୦ଟି ଝିଲିଟିନ, ୩୦ଟି ଡିଟୋନେଟର, ବିଦ୍ୟୁୁତ ତାର, ବ୍ୟାଟେରୀ, ସୁଇଚ୍ ଓ ପଲିଥିନ ଆଦି ୨୫ ପ୍ରକାର ସାମଗ୍ରୀ ସାମିଲ ଥିବା ସିଆରପିଏଫ ୪ର୍ଥ ବାଟାଲିଅନର କମାଣ୍ଡାଣ୍ଟ ନୀତୁ ରାୟ ଓ ଅତିରିକ୍ତ କମାଣ୍ଡାଣ୍ଟ ଗୁରୁ ପ୍ରସାଦ ସ୍ୱାଇଁ ସୂଚନା ଦେଇଛନ୍ତି ।
