ଜ୍ୟୋତିରଂଜନ ଧର/ କଣିହାଁ: ଅନୁଗୋଳ ଜିଲ୍ଲା କଣିହାଁ ଥାନା ବଡଗୁଣ୍ଡରୀ ଗାଁ ନିକଟସ୍ଥ ମହାଲକ୍ଷ୍ମୀ ଇଟା କାରଖାନା ପରିସରରୁ ରବିବାର ଅପରାହ୍ନରେ ଏକ ସାଇକେଲ ଚୋରି ହୋଇଛି । ଏନେଇ କାରଖାନା ମାଲିକ ସୂର୍ଯ୍ୟମଣି ସାହୁ ସୋମବାର କଣିହାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏହି ଚୋରିର ଘଟଣାକ୍ରମ କାରାଖାନାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । କାରଖାନା ମାଲିକ ଶ୍ରୀ ସାହୁ ତାଙ୍କ ଏତଲାରେ ଦର୍ଶାଇଥିବା ଜଣାପଡିଛି ।
previous post
