ଓଡିଶା

ଗୁଜରାଟର ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ

(ଅନୁସୁୟା ସାମଲ୍): ମହାମାରୀ କରୋନା କବଳରେ ପଡି ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ବଦରୁଦ୍ଦିନ ଶେଖଙ୍କର ରବିବାର ରାତିରେ ମୃତ୍ୟୁ ହୋଇଛି। ଗତ ପ୍ରାୟ ୮ ଦିନ ହେବ ସେ କରୋନାରେ ପୀଡିତ ଥିବା ବେଳେ ରବିବାର ଏସ୍‌ଭିପି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର କଂଗ୍ରେସ ନେତା ଶକ୍ତିସିଂ ଗୋହିଲ ପ୍ରଥମେ ଟୁଇଟ୍‌ କରି ଜଣାଇଥିଲେ। ସେ କହିଛନ୍ତି ଯେ, ଆଜି ମୋ ପାଖରେ କହିବାକୁ କିଛି ନାହିଁ । ମୁଁ ତାଙ୍କୁ ୪୦ ବର୍ଷ ହେବ ଜାଣିଥିଲି । ନିକଟରେ ସେ ଗରିବ କଲ୍ୟାଣ କାମରେ ନିୟୋଜିତ ଥିଲେ ।’

ସୂଚନାଯୋଗ୍ୟ, ଏପ୍ରିଲ ୧୫ରେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଏସ୍‌ଭିପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ଗୁଜରାଟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୩,୩୦୦ ହୋଇଥିବା ବେଳେ ଅହମଦାବାଦରେ ସର୍ବାଧିକ ସଂକ୍ରମିତ ରହିଛନ୍ତି। କେବଳ ଅହମଦାବାରେ ୨ହଜାରରୁ ଊର୍ଦ୍ଧ୍ୱ କାରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

Related posts

ବିଜୁଳି ମାଡ଼ରେ ଯୁବକର ମୃତ୍ୟୁ

mahabharatanews

ଲକଡାଉନରେ ଡ୍ରାଇଭରଙ୍କ ଅବସ୍ଥା ଶୋଚନୟ ସରକାର ଆର୍ଥିକ ସାହାଯ୍ୟ ଦେବାକୁ ଦାବୀ

mahabharatanews

ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ

mahabharatanews