ଯାଜପୁର ଜିଲ୍ଲା ଧର୍ମଶାଳାରେ କଟକ କ୍ରାଇମବ୍ରାଞ୍ଚ ଟିମ । ସାଇବର ଠକେଇ ମାମଲାରେ ଚଢ଼ାଉ ହୋଇଥିବା ସୂଚନା । ଧର୍ମଶାଳା ବ୍ଲକ ତରଞ୍ଜିଆ ପଞ୍ଚାୟତ ପୋବଳ ଗାଁରେ ଚଢ଼ାଉ ହୋଇତିବା ବେଳେ ଆର୍ଥୀକ କାରବାର ନେଇ ସରୋଜ ଜେନାଙ୍କ ଘରେ ଚଢ଼ାଉ ହୋଇଛି । ଘରୁ ବାହାରୁଛି ପୁଳା ପୁଳା ଟଙ୍କା, ପାଖାପାଖି ୨୦ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ସୁନା ଗହଣା ସହ 3ଟି ମୋଟର ସାଇକେଲ ଜବତ କରିଛନ୍ତି । ଆର୍ଥିକ କାରବାରରେ ବହୁ କାଗଜପତ୍ର ଜବତ ହୋଇଛି । ଏହି କାରବାରରେ ଅନ୍ୟ ତିନି ଜଣକୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ଚଢ଼ାଉରେ କଟକ କ୍ରାଇମବ୍ରାଞ୍ଚ ର ସ୍ୱତନ୍ତ୍ର ସାଇବର ଟିମ ଚଢ଼ାଉ କରିଥିଲା ।
previous post
