Uncategorized

ସାଧାରଣତନ୍ତ୍ର ଦିବସରେ ସାମିଲ ହେବନି ପଶ୍ଚିମବଙ୍ଗ ପ୍ରଜ୍ଞାପନ ମେଢ

(ନୂଆଦିଲ୍ଲୀ): ଆସନ୍ତା ୨୬ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ ସାମିଲ ହେବ ନାହିଁ । ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁସାରେ, ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ ସାମିଲ ହେବା ସଂକ୍ରାନ୍ତ ପ୍ରସ୍ତାବ ବିଶେଷଜ୍ଞ କମିଟି ନିକଟକୁ ୨ ଥର ପଠା ସରିଛି । ୨ୟ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହେବା ପରେ ପ୍ରସ୍ତାବକୁ ଖାରଜ କରିଦିଆଯାଇଛି । ଏହା ପୂର୍ବରୁ ୨୦୧୮ରେ ମଧ୍ୟ ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢକୁ ସାମିଲ କରାଯାଇନଥିଲା । ଏହି ନିଷ୍ପତ୍ତି ପରେ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇବାର ଆଶଙ୍କା ଉପୁଜିଛି ।

ସୂଚନାଯୋଗ୍ୟ, ଚଳିତବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ଦିଲ୍ଲୀର ରାଜପଥ ଠାରେ ହେବାକୁ ଥିବା ପରେଡରେ ୫୬ଟି ପ୍ରଜ୍ଞାପନ ମେଢ ସାମିଲ ହେବା ଲାଗି ପ୍ରସ୍ତାବ ଆସିଥିଲା । ସେଗୁଡିକ ମଧ୍ୟରୁ ୨୨ଟିକୁ ମଞ୍ଜୁରୀ ମିଳିଛି । ପ୍ରସ୍ତାବିତ ୫୬ଟି ପ୍ରଜ୍ଞାପନ ମେଢ ମଧ୍ୟରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୩୨ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭିନ୍ନ ବିଭାଗରୁ ୨୪ଟି ପ୍ରସ୍ତାବ ଆସିଥିଲା । ସେଗୁଡିକ ମଧ୍ୟରୁ କେନ୍ଦ୍ରଶାସିତ ଅଞ୍ଚଳର ୧୬ଟି ଏବଂ ମନ୍ତ୍ରାଳୟ ଓ ବିଭାଗଗୁଡିକର ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନୋରୋ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

Related posts

ଦେଶରେ ଦିନକରେ ୨୮ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

ଦେଶରେ ଦୁଇ ତୃତୀୟାଂଶ ଶ୍ରମିକ ରୋଜଗାର ହାରଇଛନ୍ତି

mahabharatanews

ପୂର୍ବତନ ସ୍ଥଳସେନା କମାଣ୍ଡର ହୁନଙ୍କ ବିୟୋଗରେ ମୋଦିଙ୍କ ଶୋକ

mahabharatanews