Uncategorized

ବିମାନ ଅପହରଣ ଏକ ଗୁଜବ: ୟୁକ୍ରେନ

କାବୁଲ: ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ସେଠାର ସ୍ଥିତି ସଂଗୀନ ହେବାରେ ଲାଗିଛି । ବିଭିନ୍ନ ରାଷ୍ଟ୍ର ଆଫଗାନରୁ ସେମାନଙ୍କ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରୁଥିବା ବେଳେ କିନ୍ତୁ ୟୁକ୍ରେନର ଏକ ବିମାନକୁ କାବୁଲରୁ ଅପହରଣ କରି ନିଆଯାଇଛି । ଏହି ଖବର ପ୍ରସାରିତ ହେବା ପରେ ବିଶ୍ୱବ୍ୟାପୀ ଚିନ୍ତା ପ୍ରକାଶ ପାଇଛି । ଅନ୍ୟପଟେ ଏହାକୁ ମିଛ ବୋଲି କହିଛି ୟୁକ୍ରେନ ।
ପ୍ରଥମେ ଖବର ଆସିଥିଲା କି, ୟୁକ୍ରେନର ଗୋଟିଏ ବିମାନକୁ କାବୁଲରୁ କିଛି ଅଜଣା ଦୁର୍ବୃତ୍ତ ଇରାନ ନେଇଯାଇଛନ୍ତି। କିନ୍ତୁ ଇରାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳ ମୁଖପାତ୍ର ଆବାସ ଅସଲାନି କହିଛନ୍ତି, ବିମାନରେ ଇନ୍ଧନ ଶେଷ ହୋଇଯାଇଥିଲା। ତେଣୁ ୟୁକ୍ରେନର ବିମାନଟି ଇରାନର ଉତ୍ତରପୂର୍ବରେ ଥିବା ମଶହାଦ ଏୟାରପୋର୍ଟରେ ଗତକାଲି ଅବତରଣ କରିଥିଲା । ଇନ୍ଧନ ଭର୍ତ୍ତି ହେବା ପରେ ଏହା ୟୁକ୍ରେନ ଅଭିମୁଖେ ଉଡ଼ାଣ ଭରିଥିଲା। ୟୁକ୍ରେନର ରାଜଧାନୀ ଠାରୁ ୭ କେମି ଦୂରରେ ଥିବା କିଭ ଏୟାରପୋର୍ଟରେ ବିମାନଟି ୨୧.୫୦ ମିନିଟ୍ରେ ଅବତରଣ କରିଥିଲା। ତେଣୁ ଅପହରଣ ଖବର ମିଛ ବୋଲି ସେ କହିଛନ୍ତି।
ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, କାବୁଲ କିମ୍ବା ଅନ୍ୟ କୌଣସି ସ୍ଥାନରେ ୟୁକ୍ରେନର ବିମାନ ଅପହରଣ ହୋଇନାହିଁ। ବିମାନ ଅପହରଣ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ।

 

Related posts

ପଙ୍ଗୋଗ ହ୍ରଦରେ ପଛଘୁଞ୍ଚା ଦେଲା ଚୀନ

mahabharatanews

ଏନକାଉଣ୍ଟରେ ୨ ଆତଙ୍କବାଦୀ ନିହତ

mahabharatanews

ଚଳଚ୍ଚିତ୍ର ଅନ୍ତଧ୍ୱର୍ନିକୁ ଢାକା ମହୋତ୍ସବରେ ୨ଟି ପୁରସ୍କାର ହାସଲ

mahabharatanews