Uncategorized

ସାବଧାନ, ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ ଲଗୁଚାପ !

(ମମତା ସାମଲ ): ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବଙ୍ଗୋପସାଗରରେ ଏକ ଲଗୁଚାପ ସୃଷ୍ଟି ହୋଇଛି । ଦକ୍ଷିଣ ଆଣ୍ଡାମାନ ସାଗରକୁ ଲାଗି ସୃଷ୍ଟି ହୋଇଛି ଏହି ଲଘୁଚାପ । ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ୧୬ତାରିଖ ସନ୍ଧ୍ୟା ସୁଦ୍ଧା ଏହି ଲଘୁଚାପ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ୧୭ତାରିଖ ବେଳକୁ ଉତ୍ତର-ପୂର୍ବ ଦିଗକୁ ମୁହାଁଇବା ସମ୍ଭାବନା ରହିଛି । ଏହାସହ ୪୮ଘଣ୍ଟା ମଧ୍ୟରେ ଅବପାତର ରୂପ ନେବା ମଧ୍ୟ ପୂର୍ବାନୁମାନ କରାଯାଇଛି । ଦକ୍ଷିଣ ବଙ୍ଗୋପ ସାଗରର କେନ୍ଦ୍ରୀୟ ଭାଗରେ ଅବପାତର ରୂପ ନେବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଗାମୀ ୫ଦିନ ଯାଏଁ ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ନଥିଲେ ମଧ୍ୟ ୧୫ତାରିଖରୁ ମତ୍ସୀଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Related posts

ପୁଣି ଭୂକମ୍ପର ଝଟକାରେ ଥରିଛି ଦିଲ୍ଲୀ

mahabharatanews

ବାରିକେଡ ଭାଙ୍ଗିଲେ ଟ୍ରାକ୍ଟର ରାଲିରେ ସାମିଲ କୃଷକ

mahabharatanews

ଏଲଓସିରେ ସ୍ଥିତି ଖରାପ ହୋଇପାରେ: ରାୱତ

mahabharatanews