ଓଡିଶା

ସାମାଜିକ ଦୂରତା ନ ରଖିବା, ଛେପ ପକାଇବା ପାଇଁ ଜରିମାନା ଆଦାୟ

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ହିଞ୍ଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଂଚଳବାସୀଙ୍କୁ ହାତ ପାଆନ୍ତାରେ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିବା ସକାଶେ ହୋମ୍ ଡ଼େଲିଭରି ସମେତ ଗ୍ରୀନ୍ ହୁଇଲ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଅତ୍ୟାବଶ୍ୟକ ହେଲେ ଘରୁ ବାହାରକୁ ବାହାରିବା ସମୟରେ ମୁହଁରେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ପୌରାଂଚଳର ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସମ୍ମୁଖରେ ମାସ୍କ ଓ ସାମାଜିକ ଦୂରତା ନାହିଁ ତ ସାମଗ୍ରୀ ନାହିଁର ବୋର୍ଡ଼ ଟଙ୍ଗାଯାଇଛି । ହେଲେ କିଛି ଅମାନିଆ ଯୁବକ ଏହାକୁ ମାନିବାକୁ ନାରାଜ । ଏଭଳି ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୌର ପ୍ରଶାସନ ତରଫରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ନେତୃତ୍ୱରେ ପୌର କର୍ମ•ରୀ ପୌରାଂଚଳର ବିଭିନ୍ନ ସ୍ଥାନ ବୁଲିବା ସହ ପୌରାଂଚଳର ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ସାମାଜିକ ଦୁରତ୍ୱ ରକ୍ଷା କରୁନଥିବାରୁ ୭ଟି ବ୍ୟବସାୟିକ ଅନୁଷ୍ଠାନରୁ ୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏପରିକି ସର୍ବସାଧାରଣ ସ୍ଥାନରେ ଜଣେ ଯୁବକ ଛେପ ପକାଇବାରୁ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ୨ଶହ ଟଙ୍କା ଜୋରିମାନା ଆଦାୟ କରାଯିବା ସହ ଭବିଷ୍ୟତରେ ଏପରି କାର୍ଯ୍ୟରୁ ନିବୃତ ରହିବାକୁ ପରାମର୍ଶ ଦିଆଯାଇଛି । ଲକଡ଼ାଉନ ସମୟରେ ଖିଲାପକାରୀଙ୍କ ଠାରୁ ଏଭଳି ଜୋରିମାନା ଆଗକୁ ମଧ୍ୟ ଆଦାୟ କରାଯିବ ବୋଲି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ କହିଛନ୍ତି ।

Related posts

ଓଡ଼ିଆ ଫିଲ୍ମ ରିଲିଜ ହେଲା : ଦୃଷ୍ଟିକୋଣ

mahabharatanews

ମାଛ ଧରିବାକୁ ଯାଇ ୧୫ଜଣ ମତ୍ସ୍ୟଜୀବୀ ଅଟକ

mahabharatanews

ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ !

mahabharatanews