ଓଡିଶା

ସାମାଜିକ ଦୂରତା ନ ରଖିବା, ଛେପ ପକାଇବା ପାଇଁ ଜରିମାନା ଆଦାୟ

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ହିଞ୍ଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଂଚଳବାସୀଙ୍କୁ ହାତ ପାଆନ୍ତାରେ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିବା ସକାଶେ ହୋମ୍ ଡ଼େଲିଭରି ସମେତ ଗ୍ରୀନ୍ ହୁଇଲ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଅତ୍ୟାବଶ୍ୟକ ହେଲେ ଘରୁ ବାହାରକୁ ବାହାରିବା ସମୟରେ ମୁହଁରେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ପୌରାଂଚଳର ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସମ୍ମୁଖରେ ମାସ୍କ ଓ ସାମାଜିକ ଦୂରତା ନାହିଁ ତ ସାମଗ୍ରୀ ନାହିଁର ବୋର୍ଡ଼ ଟଙ୍ଗାଯାଇଛି । ହେଲେ କିଛି ଅମାନିଆ ଯୁବକ ଏହାକୁ ମାନିବାକୁ ନାରାଜ । ଏଭଳି ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୌର ପ୍ରଶାସନ ତରଫରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ନେତୃତ୍ୱରେ ପୌର କର୍ମ•ରୀ ପୌରାଂଚଳର ବିଭିନ୍ନ ସ୍ଥାନ ବୁଲିବା ସହ ପୌରାଂଚଳର ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ସାମାଜିକ ଦୁରତ୍ୱ ରକ୍ଷା କରୁନଥିବାରୁ ୭ଟି ବ୍ୟବସାୟିକ ଅନୁଷ୍ଠାନରୁ ୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏପରିକି ସର୍ବସାଧାରଣ ସ୍ଥାନରେ ଜଣେ ଯୁବକ ଛେପ ପକାଇବାରୁ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ୨ଶହ ଟଙ୍କା ଜୋରିମାନା ଆଦାୟ କରାଯିବା ସହ ଭବିଷ୍ୟତରେ ଏପରି କାର୍ଯ୍ୟରୁ ନିବୃତ ରହିବାକୁ ପରାମର୍ଶ ଦିଆଯାଇଛି । ଲକଡ଼ାଉନ ସମୟରେ ଖିଲାପକାରୀଙ୍କ ଠାରୁ ଏଭଳି ଜୋରିମାନା ଆଗକୁ ମଧ୍ୟ ଆଦାୟ କରାଯିବ ବୋଲି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ କହିଛନ୍ତି ।

Related posts

ବିଶ୍ୱ ଓଡ଼ିଆ ମହୋତ୍ସବ ଉଦଘାଟିତ, ବ୍ରାଣ୍ଡ ଓଡିଶାକୁ ପ୍ରୋତ୍ସାହନ ପାଇଁ ଆହ୍ବାନ

mahabharatanews

୬୦ ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ନ୍ଧନା କଲା ଜିଲ୍ଲଶ ବିଜେଡି

mahabharatanews

ମା’ ମଝିଘରିଆଣୀଙ୍କ ଦାନ ବାକ୍ସ ଗଣତି ଶେଷ, ହୁଣ୍ଡିରୁ ବାହାରିଲା କୋଟିଏ ଟଙ୍କା

mahabharatanews