ଓଡିଶା

ଓଡ଼ିଆ ଫିଲ୍ମ ରିଲିଜ ହେଲା : ଦୃଷ୍ଟିକୋଣ

ଭୁବନେଶ୍ୱର: ଆଜି ରିଲିଜ ହେବ ଓଡ଼ିଆ ଫିଲ୍ମ ଦୃଷ୍ଟିକୋଣ । ସିନେପଲିସରେ ସଂଧ୍ୟା ୬ଟା ୧୫ରେ ସିନେମାର ପ୍ରିମିୟର ଅନୁଷ୍ଠିତ ହେବ । ଅକ୍ଷୟ ପରିଜା ପ୍ରଡ଼କ୍ସନରେ ନିବେଦିତ ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ସୁଶାନ୍ତ ମଣି । ସିନେମାର ଟ୍ରେଲର ରାଜ୍ୟରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଫିଲ୍ମ ରିଲିଜକୁ ନେଇ ଲୋକେ ବେଶ ଉତ୍ସାହିତ ଅଛନ୍ତି । ଫିଲ୍ମରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ପ୍ରଥମ ଥର ପାଇଁ ଜଣେ ପୋଲିସ ଅଧିକାରୀ ଭୂମିକାରେ ନଜର ଆସିବେ । ସେହିପରି ହର ରଥଙ୍କୁ ଜଣେ ଓକିଲ ଭୁମିକାରେ ଦେଖିବାକୁ ପାଇବେ ଦର୍ଶକ ।

ଭିନ୍ନ ଧରଣର କାହାଣୀ ଯାହା ଦର୍ଶକମାନଙ୍କୁ ବେଶ ପସାଦ ଆସିବା ସହ ଓଡିଶାରେ ହଇଚଇ ସୃଷ୍ଟି କରିଛି । କୁହୁ ମହାନ୍ତି ନାମକ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବେଳେ ଏହି ମାମଲାର ବିଚାର ଅଦାଲତରେ ଚାଲିଥିବା ଟ୍ରେଲରରେ ଦେଖିବାକୁ ମିଳିଛି । ନବାଗତା ଶୁଭଶ୍ରୀ ନାୟକ କୁହୁ ଚରିତ୍ରରେ ଅଭିନୟ କରିଛନ୍ତି । ଯାହାକୁ ଦେଖିବା ପାଇଁ ଓଡିଶାବାସୀ ଆନ୍ତରିକତା ସହ ଚାହିଁଛନ୍ତି ।

Related posts

‘ଓଡ଼ିଆ ଚରିତକୋଷ’ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ଗ୍ରନ୍ଥାଗାରିକ ତଥା ଗବେଷକ ନଗେନ୍ଦ୍ର ନାଥ ମହାନ୍ତିଙ୍କ ପରଲୋକ

mahabharatanews

୧ କୁଇଣ୍ଟାଲ ୨୦ କିଲୋ ଗଞ୍ଜେଇ ଜବତ

mahabharatanews

କୋଭିଡ-୧୯ ଗାଇଡଲାଇନ ଉଲ୍ଲଙ୍ଘନ: କୋଚିଂ ସେଣ୍ଟରରେ ତାଲା

mahabharatanews