ଓଡିଶା

ସାମାଜିକ ଦୂରତ୍ୱ ଓ ମାସ୍କ ନିୟମକୁ କଡାକଡି କଲେ ତହସିଲଦାର

(ରଜନୀକାନ୍ତ ପାତ୍ର/ ହିଞ୍ଜିଳି): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି କ୍ଷ ଏଥିପାଇଁ ସରକାର ଲକ୍ଡାଉନ ଅବଧିକୁ ମେ ୩୧ ଯାଏଁ ବୃଦ୍ଧି କରିଛନ୍ତି। ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲାପାଳ ଜିଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ ୧୪୪ ଧାରା ବଳବତ୍ତର ରଖିଛନ୍ତି କ୍ଷ ଏଥିସହ ସହରରେ ମାକ୍ସ ଓ ସାମାଜିକ ଦୂରତ୍ୱ ନିୟମ କଡାକଡ଼ି କରାଯାଇଛି। ମଙ୍ଗଳବାର ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ ଜନଗହଳି ସ୍ଥାନକୁ ନିଜେ ଯାଇ ଲୋକଙ୍କୁ ନିମୟ ମାନିବା ପାଇଁ କହିବା ସହ ତାଗିଦ କରିଥିଲେ। ଏହି ସମୟରେ ରାଜସ୍ବ ନିରିକ୍ଷୀକ ନୀଳାଞ୍ଚଳ ବେହେରା, ବିଷ୍ଣୁ ମୋହନ ପାତ୍ର, ଶଙ୍କରସଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ

Related posts

କ୍ରାଇମବ୍ରାଞ୍ଚ ଆଇ ମା’ କାହାଣୀ କହିଲା ଭଳି ଅନେକ ଷ୍ଟୋରୀ କହୁଛି : ଜୟ ନାରାୟଣ ମିଶ୍ର

mahabharatanews

ବସ-ଟ୍ରକ୍ ମୁହାଁମୁହିଁ ଧକ୍କା, ୨୦ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ

mahabharatanews

ଡ୍ରାଇଭରଙ୍କ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ ଟଙ୍କା

mahabharatanews