(ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲ୍ଲା ବୈ÷ଶିଙ୍ଗା ଥାନା ଅନ୍ତର୍ଗତ ନୂଆଗାଁରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ସାମାନ୍ୟ ବଚସାକୁ ନେଇ କିଛି ଦୁର୍ବୃତ୍ତ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରି ପୋଖରୀରେ ଫିଙ୍ଗି ଦେଇଛନ୍ତି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ରାଧାକୃଷ୍ଣ ବାରିକ ଓ ଗୁରୁତର ବ୍ୟକ୍ତି ଜଣକ ଶରତ ବାରିକ ଓ ଦୁହେଁ ଘନିଷ୍ଠ ବନ୍ଧୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ଗୁରୁବାର ସନ୍ଧ୍ୟାରେ ଗାଁର ରାଧାକୃଷ୍ଣ ଓ ଶରତ ଗାଁ ମୁଣ୍ଡକୁ ଯାଇଥିଲେ । ଏହି ସମୟରେ ସେଠାରେ ଥିବା ଏକ ମଦ ଦୋକାନ ପାଖରେ ଥିବା କିଛି ଦୁର୍ବୃତ୍ତଙ୍କ ସହ କୌଣସି କଥାକୁ ନେଇ ସେମାନଙ୍କର ବଚସା ହୋଇଥିଲା । ପରେ ଦୁର୍ବୃତ୍ତମାନେ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହା ଦେଖି ଉଭୟ ଏହାର ବିରୋଧ କରିଥିଲେ । କିନ୍ତୁ ଏଥିରେ ଉତକ୍ଷିପ୍ତ ହୋଇ ଦୁର୍ବୃତ୍ତମାନେ ଉଭୟଙ୍କୁ ମାଡ ମାରି ନିକଟରେ ଥିବା ପୋଖରୀରେ ଫିଙ୍ଗି ଫେରାର ହୋଇଯାଇଥିଲେ । ଖବର ପାଇ ଉଭୟ ବନ୍ଧୁଙ୍କ ପରିବାର ଲୋକେ ପୋଖରୀରୁ ସେମାନଙ୍କ ମୃତଦେହ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ରାଧାକୃଷ୍ଣଙ୍କର ମୃତ୍ୟୁ ହୋଇ ସାରିଥିଲା । ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖିଛି । ଏଥିସହ ଏହି ଘଟଣାରେ ସମ୍ପୃକ୍ତ ୩ ଜଣ ଫେରାର ଥିବା ଜଣାପଡିଛି । ଏହି ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।