ଅପରାଧ

ସାମାନ୍ୟ ବଚସାକୁ ନେଇ ୨ ଯୁବକଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ୧ ମୃତ

(ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲ୍ଲା ବୈ÷ଶିଙ୍ଗା ଥାନା ଅନ୍ତର୍ଗତ ନୂଆଗାଁରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ସାମାନ୍ୟ ବଚସାକୁ ନେଇ କିଛି ଦୁର୍ବୃତ୍ତ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରି ପୋଖରୀରେ ଫିଙ୍ଗି ଦେଇଛନ୍ତି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ରାଧାକୃଷ୍ଣ ବାରିକ ଓ ଗୁରୁତର ବ୍ୟକ୍ତି ଜଣକ ଶରତ ବାରିକ ଓ ଦୁହେଁ ଘନିଷ୍ଠ ବନ୍ଧୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ଗୁରୁବାର ସନ୍ଧ୍ୟାରେ ଗାଁର ରାଧାକୃଷ୍ଣ ଓ ଶରତ ଗାଁ ମୁଣ୍ଡକୁ ଯାଇଥିଲେ । ଏହି ସମୟରେ ସେଠାରେ ଥିବା ଏକ ମଦ ଦୋକାନ ପାଖରେ ଥିବା କିଛି ଦୁର୍ବୃତ୍ତଙ୍କ ସହ କୌଣସି କଥାକୁ ନେଇ ସେମାନଙ୍କର ବଚସା ହୋଇଥିଲା । ପରେ ଦୁର୍ବୃତ୍ତମାନେ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହା ଦେଖି ଉଭୟ ଏହାର ବିରୋଧ କରିଥିଲେ । କିନ୍ତୁ ଏଥିରେ ଉତକ୍ଷିପ୍ତ ହୋଇ ଦୁର୍ବୃତ୍ତମାନେ ଉଭୟଙ୍କୁ ମାଡ ମାରି ନିକଟରେ ଥିବା ପୋଖରୀରେ ଫିଙ୍ଗି ଫେରାର ହୋଇଯାଇଥିଲେ । ଖବର ପାଇ ଉଭୟ ବନ୍ଧୁଙ୍କ ପରିବାର ଲୋକେ ପୋଖରୀରୁ ସେମାନଙ୍କ ମୃତଦେହ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ରାଧାକୃଷ୍ଣଙ୍କର ମୃତ୍ୟୁ ହୋଇ ସାରିଥିଲା । ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖିଛି । ଏଥିସହ ଏହି ଘଟଣାରେ ସମ୍ପୃକ୍ତ ୩ ଜଣ ଫେରାର ଥିବା ଜଣାପଡିଛି । ଏହି ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

Related posts

ମାଓବାଦୀ ସେଣ୍ଟ୍ରାଲ କ୍ୟାଡ଼ର ବିଜୟ ଏବଂ ମାଓବାଦୀ DVCM କ୍ୟାଡ଼ର ଲୋକେଶ ସଲାମେ ନିହତ

mahabharatanews

ନାବାଳିକାକୁ ସମ୍ପର୍କୀୟ ଭାଇର ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

mahabharatanews

ପୁରୀ ଜିଲ୍ଲା ବ୍ରହ୍ମଗିରୀ ଅଞ୍ଚଳରେ ଜଣେ ନାବାଳକକୁ ରାଜରାସ୍ତାରେ ଦିଆଯାଇଛି ଅକଥନୀୟ ନିର୍ଯାତନା

mahabharatanews