ଅପରାଧ

ସାମ୍ବାଦିକ ତଥା ଆରଟିଆଇ କର୍ମୀଙ୍କ ହତ୍ୟା

ନୂଆଦିଲ୍ଲୀ: ବିହାରର ମଧୁବନୀ ଜିଲ୍ଲାରେ ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତା ଓ ପ୍ରତକାରଙ୍କ ହତ୍ୟା କରାଯାଇଛି । ମୃତ ପତ୍ରକାର ହେଲେ ବୁଦ୍ଧିନାଥ ଝା ଓରଫ ଅବିନାଶ ଝା(୨୨) । ନଭେମ୍ବର ୯ ତାରିଖରୁ ସେ ନିଖୋଜ ଥିଲେ ଓ ଶୁକ୍ରବାର ସଂଧ୍ୟାରେ ତାଙ୍କ ମୃତଦେହ ମିଳିଥିଲା । ଅବିନାଶ ମଧୁବନର ବେନିପଟ୍ଟି ଗାଁର ବାସିନ୍ଦା ଓ ସେ ଏକ ହିନ୍ଦି ପୋର୍ଟାଲରେ କାମ କରୁଥିଲେ । ମୃତଦେହ ମିଳିବା ପରେ ଏହା ଏକ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରିବା ସହ ଏହା ପଛରେ ମେଡିକାଲ ମାଫିଆଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ।
ପରିଜନଙ୍କ ଅନୁଯାୟୀ, ଏହି ହତ୍ୟା ପଛରେ ମେଡିକାଲ ମାଫିଆଙ୍କ ହାତ ହୋଇଥାଇ ପାରେ, କାରଣ ଝା ବହୁ ବେଆଇନ କ୍ଲିନିକ ବିରୋଧରେ ଅଭିଯୋଗ କରିଥିଲେ ଓ ବହୁ କ୍ଲିନିକକୁ ବନ୍ଦ କରି ଦିଆଯାଇଥିଲା । କିଛି କ୍ଲିନିକକୁ ଜରିମାନା ମଧ୍ୟ ହୋଇଥିଲା । ଏହାକୁ ନେଇ ମେଡିକାଲ ମାଫିଆଙ୍କର ଝାଙ୍କ ଉପରେ ରାଗ ଥିଲା । ପ୍ରଥମେ ୯ ନଭେମ୍ବରକୁ ସେ ନିଖୋଜ ହୋଇଯାଇଥିଲେ । ପରେ ତାଙ୍କ ମୃତ ଦେହ ମିଳିଛି । ନିଖୋଜକୁ ନେଇ ୧୧ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା ଥାନାରେ ।

Related posts

ଜୀବନ ପ୍ରତି ବିପଦ ଗୁଇନ୍ଦା ରିପୋର୍ଟ ମିଳିବା ପରେ ପଦକ୍ଷେପ ନେଲା ଜେଲ୍ ପ୍ରଶାସନ

mahabharatanews

ଭିଜିଲାନ୍ସ ହାତରେ ଧରାପଡିଲେ ପାଟଣାଗଡ ଏନଏସି କନିଷ୍ଠ ଯନ୍ତ୍ରୀ

mahabharatanews

ଚାଲାଣ ବେଳେ ଧାରା ପଡିଲେ ପୁଳା ପୁଳା କଇଁଛ

mahabharatanews