ଓଡିଶା

ସାରଡାରେ ଗୋପାଳ ଜୀଉଙ୍କ ହୋଲି ଖେଳ

(ମହାଭାରତ, ଗୋପ): ପୁରୀ ଜିଲ୍ଲା ଗୋପ ବ୍ଲକ ବନାଖଣ୍ଡି ପଞ୍ଚାୟତର ସାରଡା ଗାଁରେ ଦୋଳ ପୂଣ୍ଣମୀକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି । ଗାଁର କୁନି ପିଲାଙ୍କ ଠାରୁ ଆରମ୍ଭ କରି ଶହ ଶହ ପୁରୁଷ ମହିଳା ଗୋପାଳ ଜୀଉଙ୍କ ସହ ହୋଲି ଖେଳିଛନ୍ତି । ସାରଡା ଛକ ଘୋଡାନାଚ, ଢୋଲ, ଘଟପଖଉଜ ମାଧ୍ୟମରେ ଗୋପାଳ ଜୀଉଙ୍କୁ ଏକ ଶୋଭାଯାତ୍ରାରେ ନିଆଯାଇଥିଲା । ହୋଲି ଖେଳି ଗାଁ ବୁଲିବା ପରେ ଗାଁ ମୁଣ୍ଡରେ ମେଢାକୁଡିଆ ପୋଡିଥିବା ଦେଖିବାକୁ ମିଳିଥିଲା । ସାରଡା ଗାଁରେ ଏହି ଦୋଳ ପୂର୍ଣ୍ଣମୀରେ ଜାତି ଓ ଧର୍ମର ଭେଦଭାବକୁ ଭୁଲି ହିନ୍ଦୁ ମୁସଲିମ ସମସ୍ତେ ଏକ ହୋଇ ଶ୍ରୀଜିଉଙ୍କ ସହ ହୋଲି ଖେଳ ପର୍ବର ପରମ୍ପରା ପୁରାତନ କାଳରୁ ରହିଆସିଛି । ପୁର୍ଣ୍ଣମୀ ଦିନ ହୋଲି ଖେଳିବା ପରେ ରାତିରେ ଗାଁ ପିଲାମାନେ ନାଟକ ପରିବେଶଣ କରିଥିଲେ ।

Related posts

ଭୁବନେଶ୍ୱର କେୟାର ହସ୍ପିଟାଲରେ ଆଜିଠାରୁ ସ୍ପୁଟିନିକ ଭି ଟୀକାକରଣ ଆରମ୍ଭ

mahabharatanews

୨୧ଟି ନୂଆ ବସ୍‌ଷ୍ଟାଣ୍ଟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

mahabharatanews

୧୧ରେ ତୃତୀୟ ଛେନାପୋଡ଼ ଦିବସ

mahabharatanews