ଓଡିଶା

ସାରଡାରେ ଗୋପାଳ ଜୀଉଙ୍କ ହୋଲି ଖେଳ

(ମହାଭାରତ, ଗୋପ): ପୁରୀ ଜିଲ୍ଲା ଗୋପ ବ୍ଲକ ବନାଖଣ୍ଡି ପଞ୍ଚାୟତର ସାରଡା ଗାଁରେ ଦୋଳ ପୂଣ୍ଣମୀକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି । ଗାଁର କୁନି ପିଲାଙ୍କ ଠାରୁ ଆରମ୍ଭ କରି ଶହ ଶହ ପୁରୁଷ ମହିଳା ଗୋପାଳ ଜୀଉଙ୍କ ସହ ହୋଲି ଖେଳିଛନ୍ତି । ସାରଡା ଛକ ଘୋଡାନାଚ, ଢୋଲ, ଘଟପଖଉଜ ମାଧ୍ୟମରେ ଗୋପାଳ ଜୀଉଙ୍କୁ ଏକ ଶୋଭାଯାତ୍ରାରେ ନିଆଯାଇଥିଲା । ହୋଲି ଖେଳି ଗାଁ ବୁଲିବା ପରେ ଗାଁ ମୁଣ୍ଡରେ ମେଢାକୁଡିଆ ପୋଡିଥିବା ଦେଖିବାକୁ ମିଳିଥିଲା । ସାରଡା ଗାଁରେ ଏହି ଦୋଳ ପୂର୍ଣ୍ଣମୀରେ ଜାତି ଓ ଧର୍ମର ଭେଦଭାବକୁ ଭୁଲି ହିନ୍ଦୁ ମୁସଲିମ ସମସ୍ତେ ଏକ ହୋଇ ଶ୍ରୀଜିଉଙ୍କ ସହ ହୋଲି ଖେଳ ପର୍ବର ପରମ୍ପରା ପୁରାତନ କାଳରୁ ରହିଆସିଛି । ପୁର୍ଣ୍ଣମୀ ଦିନ ହୋଲି ଖେଳିବା ପରେ ରାତିରେ ଗାଁ ପିଲାମାନେ ନାଟକ ପରିବେଶଣ କରିଥିଲେ ।

Related posts

ଜୟପାଟଣା ଥାନା ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ନିରୀକ୍ଷକଙ୍କ କର୍ଯ୍ୟାଳୟରେ ତାଲା ପକାଇଲେ ପଞ୍ଚାୟତ ବାସୀ

mahabharatanews

ସଡକ ଦୂର୍ଘଟଣାରେ ମାମୁ ମୃତ, ଭଣଜା ଗୁରୁତର

mahabharatanews