Uncategorized

ସାରା ଦେଶରେ ଏମ୍ସ ସ୍ଥାପନ ବାଜପେୟୀଙ୍କ ସ୍ୱପ୍ନ ଥିଲା : ହର୍ଷବର୍ଦ୍ଧନ

ଋଷିକେଶ: ଅଲ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ନୂଆ ଦିଲ୍ଲୀ ବ୍ୟତୀର ଦେଶର ଅନ୍ୟ ସ୍ଥାନରେ ମଧ୍ୟ ସ୍ଥାପନ ହେଉ, ଏହା ଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱପ୍ନ ବୋଲି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି । ଋଷିକେଶସ୍ଥିତ ଏମ୍ସର ସମାରୋହରେ ଉପସ୍ଥିତ ରହି ହର୍ଷବର୍ଦ୍ଧନ କହିଛନ୍ତି, ବର୍ତ୍ତମାନ ଦେଶରେ ୨୨ଟି ଏମ୍ସ ରହିଛି । ପ୍ରତ୍ୟେକ ରୋଗୀ ଏମ୍ସରେ ଚିକିତ୍ସିତ ହେବାକୁ ଚାହୁଁଥିବା ଆମେ ଅନୁଭବ କରୁଛୁ । ବର୍ତ୍ତମାନ ସମସ୍ତ ରାଜ୍ୟରେ ଗୋଟିଏ ଲେଖା ଏମ୍ସ ଖୋଲିବାକୁ ଆମେ ଲକ୍ଷ୍ୟ ରଖିଛୁ । ଏହା ଅଟଳବିହାରୀ ବାଜପେୟୀଙ୍କ ସ୍ୱପ୍ନ ଥିଲା କି, ଦିଲ୍ଲୀକୁ ଛାଡି ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ଏମ୍ସ ପ୍ରତିଷ୍ଠା ହେଉ । ତେବେ ଋଷିକେଶ ଏମ୍ସର ଅଧିକାଂଶ କାମ ଶେଷ ହୋଇଯାଇଥିବାରୁ ସେ ଖୁସୀ ପ୍ରକାଶ କରିଛନ୍ତି । ହର୍ଷବର୍ଦ୍ଧନ ନିଜେ ଜଣେ ଡାକ୍ତର ହୋଇଥିବାରୁ କହିଛନ୍ତି, ଡାକ୍ତରୀ ପେସା ହେଉଛି ସେବା । କିନ୍ତୁ ବର୍ତ୍ତମାନ ଏହା କଠିନତା ଦେଇ ଗତି କରୁଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥି, କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ସିଂହ ରାୱତ, ଏମ୍ସର ନିର୍ଦ୍ଦେଶକ ଡ ରବିକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ଇତିହାସ ରଚିଲେ ୪ ଭାରତୀୟ ମହିଳା ପାଇଲଟ

mahabharatanews

ଫାଭିପିରାଭିର, ଫାଇଟୋ-ଫାର୍ମାସ୍ୟୁଟିକାଲ୍ ପରୀକ୍ଷାକୁ ମିଳିଲା ଅନୁମତି

mahabharatanews

ଗୁରୁବାର କୁଆଁରୀ କନ୍ୟାକୁ ହଳଦିଆ ବସ୍ତ୍ରରେ ଦେଖିଲେ ଧନପ୍ରାପ୍ତି ସୁନିଶ୍ଚିତ

mahabharatanews