Uncategorized

ସିଏଏକୁ ଗୋଆ କଂଗ୍ରେସ ନେତାଙ୍କ ପ୍ରଶଂସା

(ମହାଭାରତ, ପାଣାଜି): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ କଂଗ୍ରେସ ବିରୋଧ କରୁଥିଲେ ମଧ୍ୟ ସେହି ଦଳର ନେତା ଏହି ଆଇନକୁ ପ୍ରଶଂସା କରିଛନ୍ତି । ଗୋଆ କଂଗ୍ରେସର ପୂର୍ବତନ ସଭାପତି ତଥା ପୂର୍ବତନ ସାଂସଦ ଜନ୍ ଫର୍ଣ୍ଣାଣ୍ଡିସ ସିଏଏକୁ ସମର୍ଥନ କରିବାକୁ ଯାଇ ନିଜ ଦଳକୁ ସମାଲୋଚନା କରିଛନ୍ତି । ଯେଉଁ ଆଇନ ସଂସଦରେ ଗୃହୀତ ହୋଇଛି ତାହାକୁ ରାସ୍ତାରେ ଚ୍ୟାଲେଞ୍ଜ କରାଯିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, ଯଦିଓ ମୁଁ କଂଗ୍ରେସ ସହିତ ଜଡିତ ରହିଛି କିନ୍ତୁ ଆମ ଦଳ ୭୦ ବର୍ଷ ଧରି ଭୁଲ କରି ଆସୁଥିଲା । ସିଏବି ବିଲ୍ ଆଇନରେ ପରିଣତ ହୋଇ ସାରିଥିବାରୁ ଏ ବାବଦରେ ବିରୋଧ କରି ବିଶ୍ୱବିଦ୍ୟାଳୟ, ରାସ୍ତା ଆଦିରେ ରାଲି କରିବା ଠିକ ନୁହେଁ । ତେବେ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ଏହାକୁ ବିରୋଧ କରାଯାଇଥିଲା । ସେଠାରେ କିଭଳି କାମ ହୁଏ ତାହା ଜନ୍ ସେତେବେଳେ ନିର୍ଦ୍ଦେଶକ ପଦବୀରେ ଥିବା ବେଳେ ଭଲ ଭାବେ ଜାଣିଛନ୍ତି ବୋଲି ପାଣାଜିରେ ଲୋକଙ୍କୁ ଉଦବୋଧନ ଦେବାକୁ ଯାଇ ସେ ଏପରି କହିଛନ୍ତି । ଏଥିସହ ମୋଦି ସରକାର ଜମ୍ମୁ କାଶ୍ମୀରରୁ ହଟାଇଥିବା ଧାରା ୩୭୦କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।

Related posts

ଦେଶରେ ୨୪ ଘଣ୍ଟାରେ୪୦ ଜଣଙ୍କ ମୃତ୍ୟୁ

mahabharatanews

ଭାରତରେ ପ୍ରସ୍ତୁତ ହେବ ଆରଟିକେ, ତିନି କମ୍ପାନୀକୁ ଦିଆଯାଇଛି ଦାୟିତ୍ୱ

mahabharatanews

ନିଜ ଶକ୍ତିର ପରାକାଷ୍ଠା ଦେଖାଇବାକୁ ଚାହୁଁଛି ଚୀନ

mahabharatanews