Uncategorized

ସିଏଏ ହିଂସାରେ ସାମିଲ ବିକ୍ଷୋଭକାରୀଙ୍କ ଚିହ୍ନଟ ଆରମ୍ଭ, ୯୨ ଗିରଫ

(ଗାଜିଆବାଦ): ଉତ୍ତରପ୍ରଦେଶରେ ସିଏଏକୁ ବିରୋଧ କରି ହିଂସାକାଣ୍ଡ ଘଟାଇଥିବା ବିକ୍ଷୋଭକାରୀମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଗିରଫ କରାଯିବା ପ୍ରକ୍ରିୟା ୟୁପି ପୋଲିସ ଆରମ୍ଭ କରିଛି । ଆନ୍ଦୋଳନକାରୀଙ୍କ ପୋଷ୍ଟର ଏବଂ ହୋର୍ଡିଂ ଛକ ଜାଗାମାନଙ୍କରେ ଲଗାଇ ସେମାନଙ୍କୁ ଚିହ୍ନଟ କରୁଛି । ରବିବାର ଗାଜିଆବାଦ ଜିଲ୍ଲାର ୨୭ ଜଣ ଉପଦ୍ରବକାରୀଙ୍କୁ ପୋଲିସ ଗିରଫ କରିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ତଲାସି ଅଭିଯାନ ଚାଲୁ ରହିଥିଲା । ଏଯାଏ ପୋଲିସ ହାତରେ ଧରା ପଡିଥିବା ସମସ୍ତ ଆନ୍ଦୋଳନକାରୀ ସ୍ଥାନୀୟ ଲୋନୀ ଅଞ୍ଚଳର । ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳର ୨୦ ଜଣ ଗିରଫ ହୋଇଥିବା ବେଳେ ମୁରାଦନଗର ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗାଜିଆବାଦ ଜିଲ୍ଲାରେ ଏଯାଏ ସମୁଦାୟ ୯୨ ଜଣ ହିଂସାରେ ସାମିଲ ଥିବା ବିକ୍ଷୋଭକାରୀଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି ବୋଲି ଏସଏସପି ସୁଧୀର କୁମାର ସିଂହ କହିଛନ୍ତି ।

ବିରୋଧ ପ୍ରଦର୍ଶନ କରୁଥିବା ଆନ୍ଦୋଳନକାରୀଙ୍କ ରିପୋର୍ଟ ପୋଲିସ ମୁଖ୍ୟାଳୟ ପଠାଯାଇଛି । ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଗାଜିଆବାଦରୁ ୨୦ ହଜାର ଲୋକ ବାହାରିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି । ଏମାନଙ୍କ ମଧ୍ୟରୁ ପ୍ରାୟ ୧୧ ହଜାର ଲୋକ ଲୋନୀ ଅଞ୍ଚଳର ବୋଲି ଜଣାଯାଇଛି ।

Related posts

କରୋନା ଚିକିତ୍ସା: ‘ରେମ୍‌ଡିୱିର୍‌’କୁ ଆମେରିକା ଦେଲା ଅନୁମତି

mahabharatanews

ଲୋକପ୍ରିୟ ସିରିଏଲ୍ ‘କସୌଟୀ’ରେ ନୂଆ ଟ୍ୱିଷ୍ଟ, ଅନୁରାଗ ହେବେ ଭିଲେନ୍

mahabharatanews

ଦେଶରେ ଗୋଟିଏ ଦିନରେ କରୋନା ମୃତ୍ୟୁ ୨୦୦୩

mahabharatanews