Uncategorized

ଦେଶରେ ଗୋଟିଏ ଦିନରେ କରୋନା ମୃତ୍ୟୁ ୨୦୦୩

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। ୨୪ ଘଣ୍ଟାରେ ଦେଶରେ ୨୦୦୩ ରୋଗୀ କରୋନାରେ ମୃତ୍ୟୁବରଣ କରିଛନ୍ତି । ଫଳରେ ଦେଶରେ ମୃତ୍ୟୁ ସଂଖ୍ୟା ୧୧ ହଜାର ୯୦୩ ହୋଇଛି । ସେହିପରି ଗୋଟିଏ ଦିନରେ ୧୦ ହଜାର ୯୭୪ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୫୪ ହଜାର ୬୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ୧ ଲକ୍ଷ ୫୫ ହଜାର ୨୨୭ ରୋଗୀ ସକ୍ରିୟ ଥିବାବେଳେ ୧ ଲକ୍ଷ ୮୬ ହଜାର ୯୩୫ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ମାସ୍କ ତିଆରିରେ ବ୍ୟସ୍ତ ଦେଶର ପ୍ରଥମ ମହିଳା

mahabharatanews

ତୈଳବାହୀ ଜାହାଜରେ ନିଆଁ, ୨ ଭାରତୀୟ ନାବିକ ମୃତ

mahabharatanews

କୋରୋନା ସନ୍ଦେହରେ ୨୯ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ

mahabharatanews