Uncategorized

ସିନ୍ଧିଆଙ୍କ ମିଶ୍ରଣ ମଧ୍ୟପ୍ରଦେଶରେ ଦଳକୁ ଆଗେଇ ନେବ: ଶାହା

ନୂଆଦିଲ୍ଲୀ: କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିବା ମଧ୍ୟପ୍ରଦେଶ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିଂଧିଆ ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଏହା ପରେ ଶାହା ଟୁଇଟ କରି କହିଛନ୍ତି, ସିନ୍ଧିଆଙ୍କ ବିଜେପିରେ ଯୋଗଦାନ ମଧ୍ୟପ୍ରଦେଶରେ ଦଳକୁ ଆହୁରି ସୁଦୃଢ କରିବ ଓ ଦଳ ଲୋକଙ୍କ ସେବାରେ ଦଳ ସକ୍ରିୟ ରହିବ । ଲଂରପାୀ ସିନ୍ଧିଆ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ମଧ୍ୟ ତାଙ୍କ ବାସଭବନରେ ଭେଟିଛନ୍ତି ।

ସୂଚନାଯୋଗ୍ୟ, ବୁଧବାର କଂଗ୍ରେସ ଛାଡି ସିନ୍ଧିଆ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଉପସ୍ତିତିରେ ବିଜେପିରେ ସାମିଲ ହୋଇଥିଲେ ଓ ଏହି ଅବସରରେ ସେ କଂଗ୍ରେସ ଉପରେ ବର୍ଷିଥିଲେ । ଦଳର ଅଦୂରଦୃଷ୍ଟିତାକୁ ନେଇ ସେ ବର୍ଷିଥିଲେ । ଏଥିସହ ନୂତନ ନେତୃତ୍ୱ ଓ ନୂତନ ଚିନ୍ତାଧାରାକୁ ଆପଣେଇଥିବା ଜଣାଇଥିଲେ । ଏହାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦଳରେ ସାମିଲ କରିଥିବାରୁ ଓ ଲୋକଙ୍କ ସେବା ପାଇଁ ତାଙ୍କ ପ୍ରତିଶ୍ରୁତିବଦ୍ଧତା ଜାରି ରଖିବାରୁ ସେ ଶହା ଓ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ସେ କହିଥିଲେ, ଏହା କେବଳ ତାଙ୍କ ଜୀବନର ପଥ ପରିବର୍ତ୍ତନ ନୁହେଁ, ବରଂ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲୋକଙ୍କ ସେବା ପାଇଁ ସେ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଏକ ସୁଯୋଗ ବୋଲି ସିନ୍ଧିଆ ଟୁଇଟ କରି ଜଣାଇଥିଲେ । ତାଙ୍କ ଟୁଇଟର ପେଜରେ ବିଜେପି ରାଜ୍ୟସଭା ପ୍ରାର୍ଥୀ, ମଧ୍ୟପ୍ରଦେଶ ଥିବା ଦେଖିବାକୁ ମିଳିଛଇ ।

Related posts

ଭାରତରେ ଆତଙ୍କୀ ଅନୁପ୍ରବେଶର ଷଡଯନ୍ତ୍ର କରୁଛି ଆଇଏସଆଇ

mahabharatanews

ଆସିବ ଡିଜିଟାଲ ମିଟର

mahabharatanews

ସଂସ୍କୃତି ମନ୍ତ୍ରାଳୟ ପାଇଁ ୩,୧୫୦କୋଟି ବ୍ୟୟ ବରାଦ

mahabharatanews