ଓଡିଶା

ସୀମାନ୍ତ ମୋଟୁ ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମହାମାରି କରୋନା ସମଗ୍ର ବିଶ୍ୱକୁ ଗ୍ରାସ କରି ଭୟାବହ ପରିସ୍ଥିତି ସୃଷ୍ଟି କରିଥିବାରୁ ଲକ ଡାଉନ ଘୋଷଣା କରାଯାଇଛି । ଏହି ଲକଡାଉନରେ ବିଭିନ୍ନ ରାଜ୍ୟରୁ ଶହ ଶହ ସଂଖ୍ୟାରେ ପ୍ରବାସୀ ଓଡିଆ ଶ୍ରମିକ ମାନେ ସୀମାନ୍ତ ମୋଟୁ ରାସ୍ତାଦେଇ ମାଲକାନଗିରି ଜିଲ୍ଲାକୁ ପ୍ରବେଶ କରୁଛନ୍ତି । ସେମାନଙ୍କୁ ମୋଟୁ ଠାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଚେକ ପୋଷ୍ଟ କରାଯାଇ ସେଠାରେ ଅଟକ ରଖି ସାନିଟାଇଜ କରିବା ପରେ ଡାକ୍ତରୀପରୀକ୍ଷା କରି କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ର କ୍ୱାରେଟାଂଇନକୁ ପଠାଇ ଦିଆଯାଉଛି । ଇତି ମଧ୍ୟରେ ୧୨ହଜାରରୁ ଉର୍ଦ୍ଦ ଶ୍ରମିକ ମାନେ ମୋଟୁ ରାସ୍ତାଦେଇ ଫେରିସାରିଲେଣି । ଚେକ ପୋଷ୍ଟଠାରେ ସେହି ଶ୍ରମିକ ମାନଙ୍କୁ ସମସ୍ତପ୍ରକାର ସୁବିଧା ଯୋଗାଇ ଦେଉଥିବା ଓ କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାରେଟାଂଇନ କେନ୍ଦ୍ର ଗୁଡିକ ଦାଇତ୍ୱ ନେଇ ଦିନରାତି ପ୍ରବାସୀ ଶ୍ରମିକମାନଙ୍କର ସେବାରେ ଲାଗି ନିଜର ପିଲାଛୁଆ ଘର ସସାଂରକୁ ଭୁଲି ଯାଇଥିବା ମୋଟୁ ତହସିଲଦାର ସଶାଙ୍କ ମିଶ୍ର,କାଲିମେଳା ବିଡିଓ ଉମାଶଙ୍କର ଦଳେଇ,କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କ କାର୍ୟାକୁ ଉଚ୍ଚପ୍ରଶଂସା କରି ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ସେମାନଙ୍କୁ ପୁସ୍ପଗୁଚ୍ଛ ଉପଢୌକନ ଦେଇ ସମ୍ବୋର୍ଦ୍ଦନା ଜଣାଇ ପ୍ରକୃତ କରୋନା ଯୋଦ୍ଧା ଭାବେ ସମ୍ମାନିତ କରଛନ୍ତି ।

Related posts

ହୋଇପାରେ ଲଘୁଚାପ ! ଦୁଇଦିନ ପ୍ରବଳ ବର୍ଷା

mahabharatanews

ପାରିବାରିକ କଳହକୁ ନେଇ ମରଣାନ୍ତର ଆକ୍ରମଣ

mahabharatanews

କଲଭର୍ଟ ଭୁଶୁଡିବା ଘଟଣା: ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

mahabharatanews