Uncategorized

ସୀମାପାର ଅସ୍ତ୍ର ଚାଲାଣ ଅଭିଯୋଗରେ ୩ ଗିରଫ

(ଚଣ୍ଡୀଗଡ): ପଞ୍ଜାବ ପୋଲିସ ପାକିସ୍ତାନର ଏକ ବଡ ଷଡଯନ୍ତ୍ରକୁ ବିଫଳ କରିଛି । ଭାରତ-ପାକିସ୍ତାନ ସୀମାର ଉଭୟ ପାଶ୍ୱର୍ରୁ ଜିପିଏସ ଆଧାରିତ ଡ୍ରୋନ ସାହାଯ୍ୟରେ ନିଶାଦ୍ରବ୍ୟ ଓ ଅସ୍ତ୍ର ଚାଲାଣ ଅଭିଯୋଗରେ ସେନାର ଜଣେ ସେନା କମାଣ୍ଡରଙ୍କ ସହ ୩ ଜଣ ଗିରଫ ହୋଇଛନ୍ତି । ତେବେ ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଚୀନ ନିର୍ମିତ ଡ୍ରୋନ, ୧୨ଟି ଡ୍ରୋନ ବ୍ୟାଟେରୀ, ବିଦେଶ ନିର୍ମିତ ଡ୍ରୋନର କଣ୍ଟେନର, ଇନସାସ ରାଇଫଲର ଗୁଳି, ୨ଟି ୱାକିଟକି ସେଟ ଏବଂ ବ୍ୟାପକ ଡ୍ରଗ୍ସ ସମେତ ନଗଦ ୨୨ ହଜାର ଟଙ୍କା ଜବତ ହୋଇଥିବା ପଞ୍ଜାବ ପୋଲିସର ଡିଜିପି ଦିନାକର ଗୁପ୍ତା ସୂଚନା ଦେଇଛନ୍ତି । ଡ୍ରୋନ ଜରିଆରେ ସୀମା ଅତିକ୍ରମ କରି ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ପଠାଯାଉଥିବା ପୋଲିସ ଅନୁମାନ କରୁଛି ବୋଲି ସେ କହିଛନ୍ତି । ତେବେ ଗିରଫ ଅଭିଯୁକ୍ତମାନଙ୍କ ବ୍ୟତୀତ ଏଥିରେ ସମ୍ପୃକ୍ତ ଅନ୍ୟ ଜଣକୁ ପୋଲିସ ସନ୍ଧାନ କରୁଥିବା ଡିଜିପି ସୂଚନା ଦେଇଛନ୍ତି ।

Related posts

ଭୟଙ୍କର ବିସ୍ଫୋରଣରେ ୩୫ ମୃତ

mahabharatanews

୧୧୭ ବର୍ଷ ପରେ ରେକର୍ଡ ଭାଙ୍ଗିଲା ଦିଲ୍ଲୀ ଶୀତ

mahabharatanews

ଲାଫିଙ୍ଗ୍ ବୁଦ୍ଧ ଜୀବନରେ ଭରିଦିଏ ସମୃଦ୍ଧି

mahabharatanews