ଓଡିଶା

ସୁଙ୍ଗୁଡ଼ା ଗ୍ରାମ୍ୟ ରାସ୍ତା ଆଲୋକିକରଣ ଉଦ୍ଘାଟିତ

କିର୍ତ୍ତିରାଜ ସ୍ୱାଇଁ/ବଡଜଣା: ଗତକାଲି ବଡ଼ଚଣା ବ୍ଳକର ସୁଙ୍ଗୁଡା ଗ୍ରାମ ପଞ୍ଚାୟତର ସୁଙ୍ଗୁଡା ଗ୍ରାମ ରାସ୍ତାର ଆଲୋକୀକରଣ କାର୍ଯ୍ୟ ହୋଇଛି । ସୁଙ୍ଗୁଡା ଗ୍ରାମ ପଞ୍ଚାୟତ ଅର୍ଥରେ ଏହି ଗ୍ରାମ୍ୟ ରାସ୍ତାରେ ୧୨ଟି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଛି। ଗତକାଲି ଏହି ଅଲୋକିକରଣ କାର୍ୟ୍ୟକ୍ରମକୁ ସୁଙ୍ଗୁଡା ଗ୍ରାମ ସଭାପତି ଅକ୍ଷୟ ମାହାଲା ନଡ଼ିଆ ବାଡେଇ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଚଣ୍ଡିଖୋଲ ବଣିକ ସଂଘ ସଭାପତି କ୍ଷୀରୋଦ ମାହାଲା, ସୁଙ୍ଗୁଡା ସରପଞ୍ଚଙ୍କ ପ୍ରତିନିଧି ସଂଜୟ କୁମାର ସ୍ବାଇଁ ଏବଂ ସୁଙ୍ଗୁଡା ନାଏବ ସରପଞ୍ଚ ଗୋଲାମ ଆରିଫ୍, ଅରୁଣ ନାୟକ, ବିଭାସ୍ ବିଶ୍ଵାଳ, ପ୍ରକାଶ ରାଉତ, ଧନେଶ୍ଵର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ମୌସୁମୀ ପରବର୍ତ୍ତୀ ସମୟରେ ସର୍ତକ ରହିବାକୁ ସ୍ୱାସ୍ଥ୍ୟବିଭାଗର ମାର୍ଗଦର୍ଶିକା

mahabharatanews

ଜଳବାୟୁ ପରିବର୍ତ୍ତନ ବିଶ୍ୱ ଲାଗି ଚିନ୍ତାର କାରଣ ପାଲଟିଛି

mahabharatanews

ଜଷ୍ଟିସ ମହମ୍ମଦ ରଫିକ ଓଡିଶା ହାଇକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତ

mahabharatanews