ଓଡିଶା

ସୁଙ୍ଗେର ଗ୍ରାମରେ ବୋମାକୁ ନିଷ୍କ୍ରିୟ କରିଛି ପୁଲିସ ଓ ସିଆରପିଏଫ ଯବାନ

ରାୟଗଡ଼ା/ମନୋଜ କୁମାର ସାହୁ: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ସୁଙ୍ଗେର ଗ୍ରାମରେ ପାଇଖାନା ଭିତରେ ରଖାଯାଇଥିବା ଗୋଟିଏ ବୋମାକୁ ନିଷ୍କ୍ରିୟ କରିଛି ପୁଲିସ ଓ ସିଆରପିଏଫ ଯବାନ। ଯାହାକି ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଘଟଣାରୁ ପ୍ରକାଶ ଯେ, ସୁଙ୍ଗେର ଗ୍ରାମରେ ଟୁଟୁ ଗୋପାଳ ନାମକ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ଥିବା ଏକ ପାଇଖାନା ଭିତରେ ବୋମା ରହିଥିବା କାଶୀପୁର ପୁଲିସ ସୂଚନା ପାଇଥିଲା । ଏହି ଖବର ମିଳିବା ପରେ ଜିଲ୍ଲା ପୁଲିସ କାର‌୍ୟ୍ୟାଳୟରୁ ସାଇଁଟିଫିକ ଟିମ୍ ସହ ସିଆରପିଏଫ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳକୁ ଯାଇଥିଲେ। ବୋମାକୁ ଠାବ କରିବା ପରେ ଅତି ସତର୍କତାର ସହିତ ତାହା ନିଷ୍କ୍ରିୟ କରାଯାଇଛି। ଏସପି ବିବେକାନନ୍ଦ ଶର୍ମା ଓ ଏସଡିପିଓ ଦେବଜୋତି ଦାସ ଉପସ୍ଥିତ ରହି ବୋମାକୁ ନିଷ୍କ୍ରିୟ କରିଛନ୍ତି। ତେବେ କିଏ କାହିଁକି ଏହି ବୋମା ରଖିଥିଲା ତାହା ଜଣାପଡ଼ିନାହିଁ। ଏହାର ତଦନ୍ତ ଜାରି ରହିଛି ବୋଲି ଏସଡିପିଓ ଶ୍ରୀ ଦାସ କହିଛନ୍ତି। ତେବେ ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ଘଟିନାହିଁ।

Related posts

ବସିବ ମନ୍ତ୍ରୀପରିଷଦ ବୈଠକ, ଚିଠା ବଜେଟକୁ ମିଳିବ ଅନୁମୋଦନ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୯ଦଫା ଦାବୀପତ୍ର ପ୍ରଦାନ

mahabharatanews

ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୁର୍ବରୁ ପତ୍ର ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ

mahabharatanews