Uncategorized

ସୁଡାନ ସିରେମିକ ଫ୍ୟାକ୍ଟ୍ରି ବିସ୍ଫୋରଣ; ୩ ମୃତ ତାମିଲଙ୍କ ପରିବାରକୁ ୩ ଲକ୍ଷ ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଇଡାପଡ୍ଡୀ କେ ପଲାନୀସ୍ୱାମୀ ସୁଡାନର ସିରେମିକ ଫ୍ୟାକ୍ଟ୍ରିରେ ହୋଇଥିବା ଏଲପିଜି ଟ୍ୟାଙ୍କର ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ପରିବାରକୁ ତିନି ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କହିଛନ୍ତି । ଏହି ସହାୟତା ମୁଖ୍ୟମନ୍ତ୍ରୀ ଜନ ସହାୟତା କୋଷରୁ ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ସୁଡାନରେ ୬ ଡିସେମ୍ବରକୁ ଏଲପିଜି ଟ୍ୟାଙ୍କର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ମୋଟ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୦ ଜଣ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ତାମିଲନାଡୁ, ଉତ୍ତର ପ୍ରଦେଶ, ବିହାରର ୧୮ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା । ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇ କହିଥିଲେ, ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣରେ ମୋଟ ୬୦ ଜଣ ଭାରତୀୟ କାର୍ଯ୍ୟରତ ଅଛନ୍ତି । ବିସ୍ଫୋରଣ ସମୟରେ ୫୩ ଜଣ ଭାରତୀୟ ଫ୍ୟାକ୍ଟ୍ରିରେ ଥିଲେ । ଏହି ବିସ୍ଫୋରଣରେ ଜୀବତ ଥିବ।। ୩୩ ଭାରତୀୟଙ୍କୁ ସୁରକ୍ଷିତ ସଲୁମୀ ଫ୍ୟାକ୍ଟ୍ରିରେ ରଖାଯାଇଥିଲା ।

Related posts

ବର୍ତ୍ତମାନ ସ୍ଥିତିରେ ସହଯୋଗ ବନ୍ଦକରିବା ଅନୁଚିତ: ଡବ୍ଲୁଏଚଓ

mahabharatanews

ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

mahabharatanews

ଭାରତରେ ୯ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews