ଓଡିଶା

ସୁନ୍ଦରଗଡରୁ ପୁଣି ଜଣେ କରୋନା ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୬୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୦୨ଟିି ଆକ୍ଟିଭ କେଶ ରହିଥିବା ବେଳେ ୬୦ ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହି ସଂକ୍ରମିତ ସୁନ୍ଦରଗଡ ଜିଲ୍ଲାର ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ଚିହ୍ନଟ କରୋନା ପଜିଟିଭ୍ ରାଉରକେଲାର ନାଲାରୋଡର ବୋଲି ଜଣାଯାଇଛି। ଆକ୍ରାନ୍ତ ଜଣକ ୨୯ ବର୍ଷୀୟା ମହିଳା । ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର । ଏବେ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି ।

ପ୍ରଥମେ ଏପ୍ରିଲ ୧୨ ତାରିଖରେ ବିଶ୍ରା ଆସିଆନା କଲୋନିରୁ ଦୁଇ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଜଣେ ୬୭ ବର୍ଷୀୟ ବୃଦ୍ଧ ଓ ଅନ୍ୟ ଜଣେ ୨୩ ବର୍ଷୀୟ ଯୁବକ । ପରେ ବିଶ୍ରା ଗୁଡଗୁଡଜୋରରୁ ଆଉ ଜଣେ ୪୦ ବର୍ଷୀୟ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।
୨୫ ତାରିଖରେ ସମସ୍ତ ତିନି ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ । ପୁଣି ଏପ୍ରିଲ ୨୬ ତାରିଖରେ ଆଉ ତିନିଜଣ ଚିହ୍ନଟ ହୋଇଥିଲେ । ଦୁଇ ଆକ୍ରାନ୍ତ ବିଶ୍ରା ବ୍ଲକ ଅନ୍ତର୍ଗତ ଗୁଡଗୁଡଜୋର ବାସିନ୍ଦା। ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ରାଉରକେଲା ମହାନଗର ନିଗମ ଅଞ୍ଚଳ ଅନ୍ତର୍ଗତ ନାଲା ରୋଡର ବାସିନ୍ଦା। ଉଭୟେ ୩ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ସେହିପରି ୬ ନମ୍ବର ଆକ୍ରାନ୍ତ ହେଉଛନ୍ତି ଜଣେ ୬୦ ବର୍ଷୀୟ ପୁରୁଷ । ଏପ୍ରିଲ ୨୮ ତାରିଖରେ ନାଲାରୋଡରୁ ଆଉ ଚାରିଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସମସ୍ତଙ୍କ ଘର କଣ୍ଟେନମେଣ୍ଟ ଜୋନରେ ହୋଇଥିବା ବେଳେ ସେମାନେ ଷଷ୍ଠ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଥିଲେ । ଏମାନଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ୨ ଜଣ ମହିଳା ଥିଲେ। ପୁରୁଷ ଦୁଇ ଜଣଙ୍କ ବୟସ ଯଥାକ୍ରମେ, ୨୭ ଓ ୩୮ ଏବଂ ମହିଳାଙ୍କ ବୟସ ହେଉଛି ୩୫ ଓ ୫୫। ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ ଡାକ୍ତରଖାନାରେ ଆବଶ୍ୟକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ସମସ୍ତ ୪ ଜଣଙ୍କ କୋଭିଡ-୧୯ ସମ୍ପର୍କିତ କୌଣସି ଲକ୍ଷଣ ନ ଥିଲା ।

Related posts

ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

mahabharatanews

୪ ଦିନ ଧରି ସ୍ୱାମୀ ନିଖୋଜ, ସ୍ତ୍ରୀ ଆଣିଲେ ଅପହରଣ ଅଭିଯୋଗ

mahabharatanews

ବିରୁଆ ବାଗାନ ହୋ ପ୍ରଡକ୍ସନ ଦ୍ୱାରା ଗରିବଙ୍କୁ କମଳ ବଣ୍ଟନ

mahabharatanews