(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ଥାନା ପାଉଁଶ ପୋଖରୀ ରେ ଜଣେ ଶ୍ରମିକଙ୍କର ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧.୩୦ମିନିଟ୍ ସମୟରେ କାମ କରୁଥିବା ସମୟରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ କଣିହାଁ ଥାନା ଅଧିନସ୍ଥ ବଡକାକୁଡିଆ ଗ୍ରାମର ରୁଲୁ ସାହୁ(୩୦ବର୍ଷ) । ଏନଟିପିସି ବିଦ୍ୟୁତ ପ୍ରକଳ୍ପର ଷ୍ଟେଜ-୧ ପାଉଁଶ ପୋଖରୀ ମାଟି କାମରେ ନିୟୋଜିତ ଥିବା ସାମଲ ବୁଇଲଡର ନାମକ ଏକ ଘୋରଇ କମ୍ପାନୀ ଅଧୀନରେ ସୁପରଭାଇଜର କାର୍ଯ୍ୟ କରିଆସୁଥିଲା ବେଳେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ରୁଲୁର ମୃତ ଖବର ଶୁଣିବା ପରେ ବଡକାକୁଡିଆ ଗାଁ ଓ ତାଙ୍କ ପରିବାର ଲୋକ ଗତକାଲି ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଁଚିଥିଲେ । ତେବେ ଖବର ପାଇ ଶନିବାର ସକାଳ ସମୟରେ କଣିହାଁ ପୁଲିସ୍ ଘଟଣାସ୍ଥଳରେ ପହଁଚି ଆସପଣ୍ଡ ମାଟିକାର୍ଯ୍ୟ ସ୍ଥଳର ୨ଫୁଟ୍ ଗଭୀରରୁ ଆଜି ରୁଲୁ ର ଖଣ୍ଡବିଖଣ୍ଡିତ ଶରୀର ଉଦ୍ଧାର କରାଯାଇଥିଲା । ରୁଲୁର ଦୁର୍ଘଟଣା ନା ତାକୁ ହତ୍ୟା କରାଯାଇଛି ଏବେ ବି ସନ୍ଦେହ ଘରରେ ଥିବା ପ୍ରକାଶ । ପାରିପାର୍ଶିକସ୍ଥିତିକୁ ଅନୁଧ୍ୟାନ କଲେ ରୁଲୁ କୁ ହତ୍ୟା କରାଯାଇଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ଘଟଣାସ୍ଥଳରେ ଚାପା ଉତ୍ତେଜନ । ଲାଗିରହିଥିଲା । ପାଲଲହଡା ବିଧାୟକ ମୁକେଶ ପାଳ, ପାଲଲହଡା ଏସଡିପିଓ ଯୋଶବନ୍ତ ସାମଲ, କଣିହାଁ ତହସିଲଦାର ପତିତପାବନ ଦେବତା, କଣିହାଁ ଆଇଆଇସି ପ୍ରଭାତ କୁମାର ତ୍ରୀପାଠିପ୍ରମୁଖ ଉପସ୍ଥିତି ଥିଲେ । ଲୁଲୁଙ୍କ ପରିବାର ଓ ଗ୍ରାମବାସୀ ପକ୍ଷରୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ସାଙ୍ଗକୁ ମୃତକଙ୍କ ସ୍ତ୍ରୀ ମାମୀକୁ ଠିକାଶ୍ରମିକ ଭାବରେ ନିଯୁକ୍ତି ପାଇଁ ଦାବି ହୋଇଛି । ୫ଘଂଟା ଧରି କ୍ଷତି ପୂରଣଦାବୀରେ ଆନ୍ଦୋଳନ ଚାଲିଥିଲା । ତେବେ ଶେଷରେ ମୃତ ଲୁଲୁଙ୍କ ଉତରାଧିକାରୀଙ୍କୁ ୧୬ଲକ୍ଷ ଟଙ୍କା କ୍ଷତିପୂରଣ ବାବଦ ଓ ଶୁଦ୍ଦିକ୍ରିୟା ଓ ଅନ୍ୟାନ୍ୟ ପାଇଁ ୧ଲକ୍ଷ କ୍ଷତିପୂରଣ ଏବଂ ମୃତକଙ୍କ ସ୍ତ୍ରୀ ଲିଲିକୁ ୨୧ତାରିଖ ମେ’ ମାସ ସୁଧା କଣ୍ଟ୍ରାକ୍ଟର ଅଧୀନରେ ଠିକାଶ୍ରମିକ ଭାବରେ ନିଯୁକ୍ତି ଆଦି ଲିଖିତ ପ୍ରତିଶୃତି ମିଳିବା ପରେ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ପୁଲିସ୍ ଶବକୁ ପଂଚନାମ କରିଥିଲା । ପୁଲିସ୍ ଏନେଇ ଏକ ମାମଲା ରୁଜୁ ପରେ ଶବବ୍ୟବଛେଦ ପାଇଁ ତାଳଚେର ଉପଖଣ୍ଡ ମେଡିକାଲକୁ ପଠାଇଥିଲା ।
previous post
next post