Uncategorized

ସୁପ୍ରିମ କୋର୍ଟ କର୍ମଚାରୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ବିଶ୍ୱ ମହାମ।।ରୀ କରୋନା ଦେଶରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ସୁପ୍ରିମ କୋର୍ଟ ମଧ୍ୟ ସଂକ୍ରମଣରୁ ରକ୍ଷା ପାଇନାହିଁ । ସୁପ୍ରିମ କୋର୍ଟର ଜଣେ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଏହା ଚିନ୍ତା ବଢାଇ ଦେଇଛି । ଏହି କର୍ମଚାରୀ ଗତ ସପ୍ତାହରେ ଦୁଇ ଥର ସୁପ୍ରିମକୋର୍ଟକୁ ଆସିଥିଲେ । ତେବେ ତାଙ୍କଠାରେ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବାରୁ କରୋନା ଟେଷ୍ଟ କରାଇଥିଲେ ଓ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।

ଏହା ପରେ ତାଙ୍କ କଣ୍ଟାକ୍ଟ ଟେସିଂ ଆରମ୍ଭ ହୋଇଛି । ପ୍ରାରମ୍ଭିକ ଟେସିଂରେ ସେ ଦୁଇ ଜଣ ରେଜିଷ୍ଟ୍ରାର୍ସଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏହା ସହ ସୁପ୍ରିମକୋର୍ଟ କାର୍ଯ୍ୟାଳୟର ବିଶୋଧନ କାମ କରାଯାଇଛି । ସେ ବିଦେଶ ଯାଇଥିଲେ କି ନାହିଁ, ଯଦି ଯାଇ ନ ଥିଲେ ତେବେ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି, ସେସବୁ ଉପରେ ଯାଞ୍ଚ ଚାଲିଛି ।

Related posts

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନାମରେ ମାମଲା

mahabharatanews

ସିଏଏକୁ ନେଇ ବିଜେପିର ଜନ ସଚେତନତା ଅଭିଯାନ ଆରମ୍ଭ

mahabharatanews

ସିଂହାସନରେ କାଳିୟ ଦଳନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

mahabharatanews