ଭାରତ

ସୁପ୍ରିମ କୋର୍ଟ ସମ୍ମୁଖରେ ବ୍ୟକ୍ତିଙ୍କ ଆତ୍ମାହୁତୀ ଉଦ୍ୟମ

ନୂଆଦିଲ୍ଲୀ: ଶୁକ୍ରବାର ନୋଏଡା ବାସିନ୍ଦା ୫୦ ବର୍ଷୀୟ ବ୍ୟକ୍ତି ସୁପ୍ରିମ କୋର୍ଟ ବାହାରେ ଆତ୍ମାହୁତୀ ଉଦ୍ୟମ କରିଛନ୍ତି । ତେବେ କୋର୍ଟ ପରିସରରେ ନିୟୋଜିତ ପୁଲିସ କର୍ମଚାରୀ ନିଆଁକୁ ଆୟତ୍ତ କରି ସମ୍ପୃକ୍ତି ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏହି ଘଟଣା ସମୟରେ ପାଖରେ ଛିଡା ହୋଇଥିବା ଜଣେ ବ୍ୟକ୍ତି ଏହି ଭିଡିଓ ରେକର୍ଡ କରିଥିଲେ । ବ୍ୟକ୍ତିଙ୍କୁ ପୁଲିସ ରକ୍ଷା କରୁଥିବା ବେଳେ ସେ ଚିକ୍ରାର କରୁଥିଲେ, ମୁଁ ଗୋଟିଏ ଗରିବ ଲୋକ । ମୋ ପରିବାର ଭୋକରେ ମରୁଛି ।
ପୁଲିସ ଅନୁଯାୟୀ, ବ୍ୟକ୍ତିଗତ ଜୀବନରେ ବିଭିନ୍ନ ସମସ୍ୟାକୁ ନେଇ ସେ ଆତ୍ମାହୁତି କରିଛନ୍ତି । ତେବେ ଗତ ୬ ମାସ ମଧ୍ୟରେ ସୁପ୍ରିମ କୋର୍ଟ ବାହାରେ ଏହା ଦ୍ୱିତୀୟ ଘଟଣା । ଗତ ଅଗଷ୍ଟ ମାସରେ ଜଣେ ୨୪ ବର୍ଷୀୟା ମହିଳା ଓ ପୁରୁଷ ସୁପ୍ରିମ କୋର୍ଯ ବାହାରେ ଆତ୍ମାହୁତୀ ଉଦ୍ୟମ କରି ଗୁରୁତର ଆହତ ହୋଇଥିଲେ । ଦୁଷ୍କର୍ମ ପରେ ନ୍ୟାୟ ନ ପାଇବାରୁ ସେ ଏହି ପଦକ୍ଷେପ ନେଇଥିଲେ ।

Related posts

ଏଗଜିଟ୍ ପୋଲ ଉପରେ ରୋକ

mahabharatanews

ଦିଲ୍ଲୀରେ ‘ସାଂଘାତିକ’ ସ୍ଥିତି

mahabharatanews

ଗେମ୍ ଖେଳି ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ରଦ୍ଦ ହେଲା ଅନାସ୍ଥା ପ୍ରସ୍ତାବ

mahabharatanews