ଓଡିଶା

ସୁବର୍ଣ୍ଣପୁର: ସିଏଏ ସମର୍ଥନରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

ସୁବର୍ଣ୍ଣପୁର: ନାଗରିକତା ସଂଶୋଧନ ନିୟମ ସମର୍ଥନରେ ସୁବର୍ଣ୍ଣପୁର ଜିଲ୍ଲାରେ ଏକ ଶାନ୍ତି ଶୋଭାଯାତ୍ରା କରାଯାଇଥିଲା । ଏଥିରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ତରଫରୁ ସିଏଏ ଓ ଏନଆରସି ସପକ୍ଷରେ ଏକ ଶାନ୍ତି ଶୋଭାଯାତ୍ରା କରାଯାଇଥିଲା । ଏଥିରେ ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଏହି ଆଇନକୁ ସମସ୍ତ ଭାରତୀୟ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରିବା କଥା କିନ୍ତୁ ବିଭିନ୍ନ ରାଜନୈତିକ ଦଳମାନେ ଏହାକୁ ବିରୋଧ କରୁଛନ୍ତି । ସେମାନେ କିପରି ଭାରତୀୟ ହୋଇ ଏହାକୁ ବିରୋଧ କରୁଛନ୍ତି । ଏହି ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା କରି ଥିଲେ । ଏଥିରେ ଶ୍ରଦ୍ଧାଞ୍ଜଳି ମିଶ୍ର, ସୁରେଶ ମିଶ୍ର, ସ୍ୱରୂପ ପାତ୍ର, ସଞ୍ଜୟ ମହାପାତ୍ର, ସମ୍ବିଡ଼ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

Related posts

ବିଜେପି ଆଣିଲା ମୁଲତବୀ ନୋଟିସ : ଦ୍ୱିତୀୟ ଦିନରେ ମୌସୁମୀ ଅଧିବେଶନ

mahabharatanews

ଆସିକା ବିଜେଡିର ବ୍ଲକ ସ୍ତରୀୟ ଜନସମ୍ପର୍କ ପଦଯାତ୍ରା

mahabharatanews

ବାଲୁକା କଳାରେ ଦିଲ୍ଲୀ ଦଖଲ ପାଇଁ କେଜ୍ରିୱାଲଙ୍କୁ ଶୁଭେଚ୍ଛା

mahabharatanews