ଓଡିଶା

ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ୍ କରିଛନ୍ତି ପୁରୀ ଏସିପି

ଜୁନ ପ୍ରଥମ ସପ୍ତାହରେ ପୁରୀରେ ହେବ ବ୍ରିକ୍ସ ରିଡକ୍ସନ ୱାର୍କିଙ୍ଗ ଗ୍ରୁପ୍ ର ଦ୍ଵିତୀୟ ବୈଷୟିକ ସମ୍ମିଳନୀ ।ବିଶ୍ୱ ବିପର୍ଯ୍ୟୟ ପରିଚାଳନାର ସୂତ୍ର ଏହି ସମ୍ମିଳନୀ ରୁ ହିଁ ବାହାରିବ ।ଯୋଗ ଦେବେ ୧୧ ଦେଶର ପ୍ରତିନିଧି। ହୋଟେଲ ତାଜ୍ ରେ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ।ତିନି ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀ କଡ଼ା ସୁରକ୍ଷା ମଧ୍ୟରେ ହେବ ।ଏନେଇ ଆଜି କ୍ଷେତ୍ର ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ୍ କରିଛନ୍ତି ପୁରୀ ଏସି ପ୍ରତୀକ ସିଂ । ଆଯୋଜନକାରୀ ସମସ୍ତ ଅଂଶୀଦାର,ହୋଟେଲ କର୍ତ୍ତୃପକ୍ଷ ,OSDMA ର କର୍ତ୍ତୁପକ୍ଷଙ୍କୁ ନେଇ ସେ ଏକ ସମୀକ୍ଷା ଓ ଆଲୋଚନା କରିଛନ୍ତି। ହୋଟେଲ ପରିସର ,ଚତୁଃପାର୍ଶ୍ୱ,ତଥା ରୁଟ୍ କୁ ନେଇ ସୁରକ୍ଷା ବ୍ୟବସ୍ଥା କିପରି କଡାକଡି କରାଯିବ ସେନେଇ ବିସ୍ତୃତ ଭାବରେ ଆଲୋଚନା ହେବା ସହ ସମସ୍ତ ଦେଶର ପ୍ରତିନିଧି ମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ପୁରୀ ପୋଲିସ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି  ବୋଲି କହିଛନ୍ତି ଏସପି ପୁରୀ ।

Related posts

ବିମାନ ବନ୍ଦର ପ୍ରତିଷ୍ଠା ଦାବି: ବ୍ରହ୍ମପୁରରେ ‘ତ୍ରିରଙ୍ଗା ଯାତ୍ରା’ ଆୟୋଜିତ 

mahabharatanews

ଆଧାର ଲିଙ୍କ୍‌ : ଡାକସେବାରେ ଓଡ଼ିଶା ଦ୍ବିତୀୟ

mahabharatanews

୪୪ଟି ଅସ୍ଥାୟୀ ମାର୍କେଟ ଖୋଲିବ ବିଏମସି

mahabharatanews