Uncategorized

ସୁଲତାନ କାବୁସଙ୍କ ଅନ୍ତିମ କ୍ରୀୟାରେ ନକବୀ

ମସ୍କଟ: ଓମାନ ସୁଲତାନ କାବୁସ ବିନ ସାଇଦଙ୍କ ଅନ୍ତିମ କ୍ରିୟାରେ ଭାରତ ପକ୍ଷରୁ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଅବାସ ନକବି ମଙ୍ଗବବାର ଦିନ ଯୋଗଦେଇଥିଲେ ।ସୁଲତାନ ହୈଥାମ ବିନ ତାରିକ ଅଲ ସାଇଦଙ୍କୁ ଓମାନର ରାଜଧାନୀ ମସକଟରେ ଭେଟିଥିଲେ । ଏହି ଅବସରରେ ନକବି ହୈତାହାମଙ୍କୁ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତଗତ ପତ୍ର ହସ୍ତାନ୍ତର କରିଥିଲେ ।

ସୁଲତାନ ହୈଥାମ ବିନ ତାରିକଙ୍କୁ ଭେଟି ସୁଲତାନ କାବୁସଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଥିଲେ । କାବୁସଙ୍କ ମୃତ୍ୟୁରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକବାର୍ତ୍ତା ଜଣ।।ଇଥିଲେ ଓ ମୋଦିଙ୍କ ବ୍ୟକ୍ତିଗତ ପତ୍ର ହସ୍ତାନ୍ତର କରିଥିବା ମସ୍କଟରେ ଥିବା ଭାରତୀୟ ରାଜଦୂତ ଟୁଇଟ କରି ଜଣାଇଛନ୍ତି । ନକବିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଏକ ପ୍ରତିନିଧି ମଣ୍ଡଳ ମସ୍କଟ ଯାତ୍ରା କରିଛି ।

ସୂଚନା ଯୋଗ୍ୟ, ସୁଲତାନ କାବୁସଙ୍କ ମୃତ୍ୟୁ ପାଇଁ ଭାରତରେ ସୋମବ।।ର ଦିନ ଏକ ଦିନିକିଆ ଶୋକ ପାଳନ କରାଯାଇଛି । ମଧ୍ୟ ପ୍ରାଚ୍ୟ ରାଜ୍ୟରେ ସବୁଠାରୁ ଦୀର୍ଘ ସମୟ ଶାସନ କରିଥିବା କାବୁସ ଗତ ଶୁକ୍ରବାର ଦିନ ୭୯ ବର୍ଷରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ମୃତ୍ୟୁ ପରେ ଓମାନର ସଂସ୍କୃତି ଓ ବଂଶବାଦର ମନ୍ତ୍ରୀ ହୈଥାମ ବିନ ତାରିକ ଅଲ ସାଇଦ ଶନିବାର ଦିନ ଓମାନର ସୁଲତାନ ଭାବେ ଶପଥ ଗ୍ରହଣ କରିଥିଲେ ।

Related posts

ଲଞ୍ଚ ପରେ ନିଦ ଅ।ସୁଛି କି? ଏହି ଟିପ୍ସ ସାହାଯ୍ୟରେ ଦୂର କରିପାରିବେ ଥକାପଣ

mahabharatanews

‘ଜାମିଆ ହିଂସାକୁ ନେଇ କିଛି କହିବା ଅପରିପକ୍ୱ ହେବ’: ରମେଶ

mahabharatanews

ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ବଢ଼ିଲା ଦିଦିଙ୍କ ଅଡୁଆ

mahabharatanews