Uncategorized

ନାଗରିକତା ସଂଶୋଧନ ବିଲ୍କୁ ବିରୋଧ

(ଗୁଆହାଟୀ): ନାଗରିକତା ସଂଶୋଧନ ବିଲ୍କୁ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକରେ କଡା ବିରୋଧ କରାଯାଇଛି । ଏହି ବିଲ୍ ପ୍ରତିବାଦରେ ମଙ୍ଗଳବାର ଉତ୍ତର-ପୂର୍ବାଞ୍ଚଳ ଭାରତରେ ୧୧ ଘଣ୍ଟା ବନ୍ଦ ପାଳନ କରାଯାଇଛି । ପୂର୍ବାଞ୍ଚଳ ଛାତ୍ର ସଂଗଠନ(ଏନଇଏସଓ) ପକ୍ଷରୁ ଭୋର ୫ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଛି । ଏହାକୁ ବହୁ ସଂଗଠନ ଏବଂ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ଫଳରେ ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ଲୋକମାନେ ବନ୍ଦକୁ ସମର୍ଥନ କରିବା ସହ ଅନେକ ସ୍ଥାନରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି । ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ ଏବଂ ତ୍ରିପୁରାରେ ବନ୍ଦ ଯୋଗୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ବନ୍ଦ ପାଳନ ହେଉଥିବା ସ୍ଥାନଗୁଡିକରେ ହିଂସା ସୃଷ୍ଟି ହେବା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଗୁଆହାଟି ବିଶ୍ୱବିଦ୍ୟାଳୟ ଏବଂ ଦିବ୍ରୁଗଡ ବିଶ୍ୱବିଦୟାଳୟରେ ବୁଧବାର ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ଏହି ବିଲ୍କୁ ଦେଶ ବିଭାଜନକାରୀ ବିଲ୍ ବୋଲି ଦର୍ଶାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହାକୁ ସମସ୍ତ ପ୍ରକାର ସ୍ଥିତିରେ ବିରୋଧ କରିବେ ବୋଲି କହିଛନ୍ତି । ତେବେ ନାଗାଲାଣ୍ଡରେ ହର୍ନବିଲ୍ ମହୋତ୍ସବ ଚାଲିଥିବାରୁ ଏହି ରାଜ୍ୟକୁ ବନ୍ଦ ପାଳନରୁ ବାଦ ଦିଆଯାଇଛି ।

Related posts

ଆପଣ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି କି?ଏହି ୭ଟି ପ୍ରାଣୀଙ୍କୁ ଦିଅନ୍ତୁ ଖାଦ୍ୟ

mahabharatanews

୬୦ ଲକ୍ଷ ଟପିଲା ଦେଶରେ କରୋନା ସଂକ୍ରମଣ

mahabharatanews

ଦେଶରେ ଦିନକରେ ୬୪ ହଜାର ୫୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews