Uncategorized

ନାଗରିକତା ସଂଶୋଧନ ବିଲ୍କୁ ବିରୋଧ

(ଗୁଆହାଟୀ): ନାଗରିକତା ସଂଶୋଧନ ବିଲ୍କୁ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକରେ କଡା ବିରୋଧ କରାଯାଇଛି । ଏହି ବିଲ୍ ପ୍ରତିବାଦରେ ମଙ୍ଗଳବାର ଉତ୍ତର-ପୂର୍ବାଞ୍ଚଳ ଭାରତରେ ୧୧ ଘଣ୍ଟା ବନ୍ଦ ପାଳନ କରାଯାଇଛି । ପୂର୍ବାଞ୍ଚଳ ଛାତ୍ର ସଂଗଠନ(ଏନଇଏସଓ) ପକ୍ଷରୁ ଭୋର ୫ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଛି । ଏହାକୁ ବହୁ ସଂଗଠନ ଏବଂ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ଫଳରେ ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ଲୋକମାନେ ବନ୍ଦକୁ ସମର୍ଥନ କରିବା ସହ ଅନେକ ସ୍ଥାନରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି । ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ ଏବଂ ତ୍ରିପୁରାରେ ବନ୍ଦ ଯୋଗୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ବନ୍ଦ ପାଳନ ହେଉଥିବା ସ୍ଥାନଗୁଡିକରେ ହିଂସା ସୃଷ୍ଟି ହେବା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଗୁଆହାଟି ବିଶ୍ୱବିଦ୍ୟାଳୟ ଏବଂ ଦିବ୍ରୁଗଡ ବିଶ୍ୱବିଦୟାଳୟରେ ବୁଧବାର ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ଏହି ବିଲ୍କୁ ଦେଶ ବିଭାଜନକାରୀ ବିଲ୍ ବୋଲି ଦର୍ଶାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହାକୁ ସମସ୍ତ ପ୍ରକାର ସ୍ଥିତିରେ ବିରୋଧ କରିବେ ବୋଲି କହିଛନ୍ତି । ତେବେ ନାଗାଲାଣ୍ଡରେ ହର୍ନବିଲ୍ ମହୋତ୍ସବ ଚାଲିଥିବାରୁ ଏହି ରାଜ୍ୟକୁ ବନ୍ଦ ପାଳନରୁ ବାଦ ଦିଆଯାଇଛି ।

Related posts

ଲାଫିଙ୍ଗ୍ ବୁଦ୍ଧ ଜୀବନରେ ଭରିଦିଏ ସମୃଦ୍ଧି

mahabharatanews

ସିନ୍ଧରେ ୯ ଚିହ୍ନଟ ପରେ ପାକରେ ସଂକ୍ରମିତଙ୍କ ସଂଖ୍ୟା ୧୮୧

mahabharatanews

୨ ଆତଙ୍କୀଙ୍କୁ ଢେର କଲା ସୋପର ପୋଲିସ

mahabharatanews

Leave a Comment