(ମହାଭାରତ, ପାରାଦ୍ୱୀପ): ସମାଜରେ ସୁସ୍ଥ, ନିରୋଗ ରହିବା ସହ ପ୍ରଦୂଷଣ ମୁକ୍ତ ରହିବା ପାଇଁ ପାରାଦ୍ୱୀପର ସ୍ୱେଚ୍ଛାସେବୀ ସଂଗଠନ ‘ଆହ୍ୱାନ କମ୍ବାଇନ୍ସ’ ପକ୍ଷରୁ ସ୍କୁଲ ପିଲାଙ୍କୁ ନେଇ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ବିର୍ସାମୁଣ୍ଡା ମେମୋରିଆଲ ସ୍କୁଲ ଓ ନବପ୍ରଭାତ ଶିଶୁ ବିଦ୍ୟାମନ୍ଦିରର ପିଲାମାନେ ଏହି ସାଇକେଲ ରାଲିରେ ଅଂଶଗ୍ରହଣ କରିଥିଲେ । ତେବେ ସମାଜରେ ବ୍ୟାପକ ବୃକ୍ଷରୋପଣ ସହିତ ଦୈ÷ନିକ ସାଇକେଲ ଚାଳନା କରିବା ପାଇଁ ଛାତ୍ରଛାତ୍ରୀମାନେ ଏହି ରାଲି ମାଧ୍ୟମରେ ସଚେତନାର ବାର୍ତ୍ତା ଦେଇଥିଲେ । ଏହି ରାଲିକୁ ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଉଦଘାଟନ କରିଥିଲେ । ବିର୍ସାମୁଣ୍ଡା ସ୍କୁଲରୁ ଏହି ରାଲି ବାହାରି ପାରାଦ୍ୱୀପ ଟାଉନର ବସ୍ତି ଓ କଲୋନୀ ପରିକ୍ରମା କରିଥିଲା । ପାରାଦ୍ୱୀପ ବନ୍ଦର ନିର୍ବାହୀ ଯନ୍ତ୍ରୀ ବି ବି ମିଶ୍ରଙ୍କ ସମେତ ଉଭୟ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଆହ୍ୱାନ କମ୍ବାଇନ୍ସ ସଂଗଠନର କର୍ମକର୍ତ୍ତାମାନେ ଏହି ସାଇକ୍ଲୋଥନ୍କୁ ସହଯୋଗ କରିଥିଲେ ।
next post
